ନୂଆଦିଲ୍ଲୀ: ଦେଶରେ ପୁଣି ବଢିବାରେ ଲାଗିଲାଣି କୋରନା ସଂକ୍ରମଣ । ବର୍ତ୍ତମାନ ଭାରତରେ ଏଚ3ଏନ2 ଭୂତାଣୁ ବ୍ୟାପିଥିବା ବେଳେ ଏପଟେ କୋରନା ସଂକ୍ରମଣ ବଢିବା ଚିନ୍ତାର ବିଷୟ ପାଲଟିଲାଣି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 841 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଯାହା ଗତ ଚାରି ମାସ ଭିତରେ ସର୍ବାଧିକ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ନୂଆ ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ବର୍ତ୍ତମାନ ସକ୍ରିୟ କୋରନା ସଂଖ୍ୟା 5,389 ରେ ପହଞ୍ଚିଛି ।
ଅନ୍ୟପଟେ ଦିନକରେ ଝାରଖଣ୍ଡ ଓ କେରଳରେ ଜଣେ ଲେଖା ମୃତ୍ୟୁବରଣ କରିଛନ୍ତି । ଦେଶରେ ସମୁଦାୟ କୋରନା ସଂକ୍ରମଣ ସଂଖ୍ୟା 4.46 କୋଟିରେ ପହଞ୍ଚିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ସୂଚନା ଦିଆଯାଇଛି । ତେବେ ଦେଶରେ ଖାସକରି କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୁଜୁରାଟରେ ସଂକ୍ରମଣ ସଂଖ୍ୟା ଅଧିକ ରହିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now