ଟି-୨୦ ବିଶ୍ବକପରେ ଇଂଲଣ୍ଡକୁ ହରାଇ ଫାଇନାଲରେ ଭାରତ

Spread the love

ଦୀର୍ଘ ୧୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଭାରତ। ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ଏହି ବିଜୟ ସହ ଇଂଲଣ୍ଡଠାରୁ ୨୦୨୨ ଟି-ଟ୍ବେଣ୍ଟି ୱାର୍ଲଡ କପ୍ ସେମିଫାଇନାଲ୍ ପରାଜୟର ବଦଲା ନେଇଛି ରୋହିତ ବାହିନୀ।

ସେମି ଟକ୍କରରେ ଉଭୟ ବ୍ୟାାଟିଂ ଓ ବୋଲିଂରେ ଦମ୍ ଦେଖାଇଥିଲେ ମେନ୍ ଇନ୍ ବ୍ଲୁ। ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର୍ ବ୍ୟାଟିଂ ପରେ ବୋଲିଂରେ ଘାଇଲା କରିଥିଲେ କୁଳଦୀପ ଯାଦବ ଓ ଅକ୍ଷର ପଟେଲ। ଫଳରେ ଇଂଲିଶ ବାହିନୀ ଟାର୍ଗେଟ ପୂରା କରିବାରେ ଅସମର୍ଥ ହୋଇଥିଲା। ୧୬.୧ ଓଭରରେ ୧୦୩ ରନରେ କରି ଅଲ୍ ଆଉଟ୍ ହୋଇଯାଇଥିଲା ଇଂଲଣ୍ଡ।

ଦକ୍ଷିଣ ଆମେରିକାର ଗୁୟାନାରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବର୍ଷା ସାଜିଥିଲା ବାଧକ। କିଛି ସମୟ ବିଳମ୍ବରେ ପଡିଥିଲା ଟସ୍। ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା ଇଂଲଣ୍ଡ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ଟିମ୍ ଇଣ୍ଡିଆ। ଦଳୀୟ ସ୍କୋର୍ ମାତ୍ର ୧୯ ହୋଇଥିବା ବେଳେ ବିରାଟ କୋହଲିଙ୍କ ମୂଲ୍ୟବାନ ୱିକେଟ୍ ହରାଇଥିଲା ଦଳ। ଋଷବ ପନ୍ତ ମଧ୍ୟ ୪ ରନ୍ କରି ଆଉଟ୍ ହୋଇ ଯାଇଥିଲେ।

ଏହାପରେ ଦମ୍ ଦେଖାଇଥିଲେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା। ବିସ୍ଫୋରକ ବ୍ୟାଟିଂ କରି ରୋହିତ ଶର୍ମା ୩୯ ବଲରେ ୫୭ ରନର ଭାଗିଦାରୀ ଯୋଡ଼ିଥିଲେ। ସେହିପରି ସୂର୍ଯ୍ୟକୁମାର ଓ ହାର୍ଦ୍ଦିକ ମଧ୍ୟ ଧୂଆଁଧାର ବ୍ୟାଟିଂ କରିଥିଲେ। ସୂର୍ଯ୍ୟକୁମାର ୪୭(୩୬) ରନ୍ କରିଥିବା ବେଳେ ହାର୍ଦ୍ଦିକ ୧୩ ବଲରେ ୨୩ ରନ୍ ସଂଗ୍ରହ କରିଥିଲେ।

Leave a Reply

Your email address will not be published. Required fields are marked *