୪ ବର୍ଷ ପରେ ଏବି ଡିଭିଲିୟର୍ସ ଓହ୍ଲାଇବେ କ୍ରିକେଟ ମୈଦାନକୁ। ଦକ୍ଷିଣ ଆଫ୍ରିକାର ଖ୍ୟାତାନାମା ଖେଳାଳୀ ଡିଭିଲିୟର୍ସ ଏବେ ଓ୍ୱାର୍ଲଡ ଚାମ୍ପିଅନସିପ୍ ଅଫ ଲିଜେଣ୍ଡସ ବା ଡବ୍ଲୁସିଏଲର ଦ୍ୱିତୀୟ ସଂସ୍କରଣର ଗେମ୍ ଚେଞ୍ଜର୍ ସାଉଥ ଆଫ୍ରିକା ଚାମ୍ପିଅନ୍ସ ଟିମର କ୍ୟାପଟେନ୍ସି କରିବେ। ଏହି ଟ୍ୱେଣ୍ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟରେ ରିଟାୟାର୍ଡ କ୍ରିକେଟ ଲିଜେଣ୍ଡସ ଅଂଶ ନେଇଥାଆନ୍ତି। ୪ ବର୍ଷ ଆଗରୁ କ୍ରିକେଟରୁ ସନ୍ୟାସ ନେଇଥିଲେ ଡିଭିଲିୟର୍ସ। ଡିଭିଲିୟର୍ସ କହିଛନ୍ତି, ଖେଳ ପ୍ରତି ଆଗ୍ରହ ଥିଲା, କିନ୍ତୁ ଜୋସ୍ ଥଣ୍ଡା ପଡ଼ିଯାଇଥିଲା। କିନ୍ତୁ ଏବେ ସମୟ ସାଙ୍ଗକୁ ତାଳ ଦେଇ ଯୁଗ ବଦଳୁଛି। ଜିମ୍ ଓ ନେଟ୍ସକୁ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରୁଛି। ଡବ୍ଲୁସିଏଲ ପାଇଁ ଜୁଲାଇରେ ପୁରା ପ୍ରସ୍ତୁତି ହୋଇ ମୈଦାନରେ ଓହ୍ଲାଇବାକୁ ଯାଉଛି। ଡିଭିଲିୟର୍ସଙ୍କ ବ୍ୟାଟିଂର କମାଲ ସାରା ବିଶ୍ୱ ଦେଖିଛି। ଗେମ ଚେଞ୍ଜର୍ସର ସଂସ୍ଥାପକ ଅମନଦୀପ ସିଂ କହିଛନ୍ତି, ଡିଭିଲିୟର୍ସଙ୍କ ଭଳି ବ୍ୟାଟ୍ସମ୍ୟାନ୍ ପୁଣି ଥରେ କ୍ରିକେଟକୁ ଫେରିବା ବେଶ୍ ଖୁସିର କଥା। ତାଙ୍କର ନେତୃତ୍ୱ ଟିମ ଲାଗି ବଡ଼ ପ୍ରୋତ୍ସାହନ ସାଜିବ। ମିଷ୍ଟର ୩୬୦ ନାଁରେ ପରିଚିତ ଏହି ପ୍ରଖ୍ୟାତ କ୍ରିକେଟରଙ୍କୁ କ୍ରିକେଟ ପିଚ୍ରେ ଦେଖିବାକୁ ଫ୍ୟାନ୍ସ ବି ବେଶ୍ ଉତ୍ସାହିତ ଅଛନ୍ତି। ୧୧୪ ଟେଷ୍ଟ, ୨୨୮ ଓ୍ୱାନ-ଡେ ଓ ୭୮ ଟ୍ୱେଣ୍ଟି-ଟ୍ୱେଣ୍ଟି ଇଣ୍ଟରନାସନାଲ ମ୍ୟାଚ୍ ଖେଳିଛନ୍ତି ମିଷ୍ଟର ୩୬୦। ଆଇପିଏଲରେ ବି ୧୮୪ ମ୍ୟାଚରେ ୫ହଜାର୧୬୨ ରନ୍ କରିଛନ୍ତି। ଲମ୍ୱା ସମୟ ଧରି ଆରସିବିରେ ଖେଳିଥିଲେ। ଶେଷ ଆଇପିଏଲ ମ୍ୟାଚ୍ ୨୦୨୧ରେ ଖେଳିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now