ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଆଜି ଇଣ୍ଡିଆ ପାକିସ୍ତାନର ସୁପର ଫାଇଟ୍ । ଦୁବାଇରେ ମୁହାଁମୁହିଁ ହୋଇଛି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଏବଂ ପାକିସ୍ତାନ । ୧୬ ମାସ ପରେ ଦିନିକିଆ ଫର୍ମାଟରେ ଦେଖିବାକୁ ମିଳିଛି ମହା-ଲଢ଼େଇ । ଏହି ମ୍ୟାଚ୍କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ବଡ଼ିବାରେ ଲାଗିଛି ।
ଟିମ୍ ରିଜଓ୍ବାନକୁ ମାତ୍ ଦେବାକୁ ରୋହିତ ସେନା ନୂଆ ରଣନୀତି ପ୍ରସ୍ତୁତ ରହିଛି । ସାହିନ୍ ଶାହା ଆଫ୍ରିଦ୍ ଏବଂ ହରିସ୍ ରୈଫଙ୍କୁ ଚେକ୍ ଦେବେ ଅଧିନାୟକ ରୋହିତ ଶର୍ମା । ଟିମ୍ ଇଣ୍ଡିଆ ଆଜି ବିଜୟ ସହ ପ୍ରଥମ ଦଳ ଭାବେ ସେମିରେ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ । ମାତ୍ର ପାକିସ୍ତାନ ପାଇଁ ଆଜିର ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ହାରି ସାରିଥିବା ପାକ୍ ଦଳ ଆଉ ଗୋଟିଏ ମ୍ୟାଚ୍ ହାରିଲେ ଟାଇଟଲ ଦୌଡ଼ରୁ ବାଦ୍ ପଡ଼ିବ । ଭାରତ ବିପକ୍ଷରେ ପାକିସ୍ତାନର ରେକର୍ଡ ଭଲ ରହିଛି । ଉଭୟ ଦଳ ଚାମ୍ପିଅନ୍ସ ଟ୍ରଫିରେ ପରସ୍ପରକୁ ୫ଥର ଭେଟିଛନ୍ତି । ଏଥିରୁ ପାକିସ୍ତାନ ୩ଟି ମ୍ୟାଚ୍ ଜିତିଥିବା ବେଳେ ଭାରତକୁ ୨ଥର ବିଜୟ ମିଳିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now