ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ୱିକେଟ ବର୍ଷା ହୋଇଛି। ଚେନ୍ନାଇ ଏମଏ ଚିଦାମ୍ବରମରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ୧୭ଟି ୱିକେଟ ଭାରତ। ୧୭ଟି ୱିକେଟ ଝଡ଼ିଥିଲେ ହେଁ ଭାରତ ପ୍ରଥମ ଟେଷ୍ଟରେ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି। ପ୍ରଥମ ଇନିଂସରେ ଦଳ ୩୭୬ ରନ କରିଥିବା ବେଳେ ଏବେ ଦ୍ୱିତୀୟ ଇନିଂସ ଆରମ୍ଭ କରିଛି। ଦ୍ୱିତୀୟ ଇନିଂସରେ ଭାରତ ୩ ୱିକେଟ ହରାଇଥିଲେ ବି ଦଳ ପାଖରେ ୩୦୮ ରନର ଅଗ୍ରଣୀ ରହିଛି।ପ୍ରଥମ ଇନିଂସରେ ଭାରତ ୩୭୬ ରନ କରିଥିବା ବେଳେ ବାଂଲାଦେଶ କେବଳ ୧୪୯ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭାରତକୁ ୨୨୭ ରନର ବିଶାଳ ଲିଡ୍ ମିଳିଥିଲା। ବାଂଲାଦେଶ ପ୍ରଥମ ଇନିଂସରେ ଫଲୋଅନ ଖାଇଥିଲେ ମଧ୍ୟ ଭାରତ ପୁଣି ବ୍ୟାଟିଂ କରିଥିଲା।
ଆଜି ଦ୍ୱିତୀୟ ଦିନ ଭାରତର ଅସମାପ୍ତ ପ୍ରଥମ ଇନିଂସରୁ ଆରମ୍ଭ ହୋଇଥିଲା। ଭାରତ ୩୩୯/୬ରୁ ଇନିଂସ ଆରମ୍ଭ କରିଥିବା ବେଳେ ୩୭୬ ରନରେ ଅଲଆଉଟ ହୋଇଯାଇଥିଲା। ବାଂଲାଦେଶ ବୋଲର ଆଜି ଲଞ୍ଚ ପୂର୍ବରୁ ଭାରତର ବାକି ୪ ୱିକେଟ ନେଇ ଯାଇଥିଲେ।ଏହାପରେ ବାଂଲାଦେଶ ତା’ର ପ୍ରଥମ ଇନିଂସ ଆରମ୍ଭ କରିଥିଲା। କିନ୍ତୁ ଭାରତୀୟ ବୋଲରଙ୍କୁ ଦଳର ବ୍ୟାଟରମାନେ ସମ୍ମୁଖୀନ ହୋଇପାରି ନଥିଲେ। ଟି ବ୍ରେକ ପରେ ବାଂଲାଦେଶ ସମସ୍ତ ୧୦ ୱିକେଟ ହରାଇ ୧୪୯ ରନରେ ଅଟକି ଯାଇଥିଲା।
ତେବେ ପ୍ରଥମ ଇନିଂସରେ ଖାତା ଖୋଲି ପାରିନଥିବା ଶୁବମନ ଗିଲ ଦ୍ୱିତୀୟ ପାଳିରେ ନିଜର ଆଟାକିଂ ଖେଳ ଦେଖାଇଛନ୍ତି। ସେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ଯାଏ ଅପରାଜିତ ରହି ୩୩ ରନର ଇନିଂସ ଖେଳିଛନ୍ତି। ତାଙ୍କ ସହ ଋଷଭ ପନ୍ତ ୧୨ ରନ କରି ରହିଛନ୍ତି।
ବାଂଲାଦେଶ ପକ୍ଷରୁ ଦ୍ୱିତୀୟ ଇନିଂସରେ ତସ୍କିନ ଅହମଦ, ନାହିଦ ରାଣା ଓ ମେହିଦ ହାସନ ମିରାଜ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now