ଯାଜପୁର

ନଦୀ ଜଳସ୍ତର ବୃଦ୍ଧି

ଯାଜପୁର: ପ୍ରଥମ ବନ୍ୟାର ଦୁଃଖ ନ ଯାଉଣୁ ବୈତରଣୀ ନଦୀରେ ଆସିଲା ଦ୍ୱିତୀୟ ବନ୍ୟା। ଦ୍ରୁତ ଗତିରେ ବଢୁଛି ନଦୀର ଜଳସ୍ତର। ପୁଣି ବିପଦ ସଂକେତ ଟପିଲା ବୈତରଣୀ ନଦୀର ବନ୍ୟା ଜଳ। ଜିଲାର ଯାଜପୁର, ଦଶରଥପୁର ଓ କୋରେଇ ବ୍ଲକର ବ୍ୟାପକ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ଆଖୁଆପଦା, ବଲ୍ଳଭିଘାଟ ଓ ଦଶରଥପୁରରେ ବିପଦ ସଂକେତ ଉପରେ  ଜଳସ୍ତର ପ୍ରବାହିତ ହେଉଛି। ଦଶରଥପୁର ବ୍ରହ୍ମଚାରିପାଟଣାରେ ଘାଇ ବାଟ ଦେଇ ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ନଦୀ ର ଜଳ ସ୍ତର ବୃଦ୍ଧି ପାଇବା କାରଣ ରୁ ତଳିଆ ଲୋକଙ୍କୁ ଉଚ୍ଚ ସ୍ଥାନ କୁ ଚାଲିଯିବା ପାଇଁ ମାଇକ ଯୋଗେ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଇଛି। ସେପଟେ ବନ୍ୟା ର ମୁକାବିଲା ପାଇଁ ଯାଜପୁର ,ଦଶରଥପୁର, ବଡ଼ଚଣା,ପାଣିକୋଇଲି ଅଂଚଳରେ ଅଗ୍ନିବାହିନୀ, ଓଡ୍ରାଫ,ଏନ ଡି ଆର ଏଫ କୁ ମୁତୟନ କରାଯାଇଛି। ସେପଟେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଘାଇ ଅଞ୍ଚଳ ପରିଦର୍ଶନ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button