କୋହଲିଙ୍କୁ ନେଇ ଗାୟକ ରାହୁଲ ବୈଦ୍ୟଙ୍କ ବିବାଦୀୟ ବୟାନ। ବିରାଟ କୋହଲିଙ୍କୁ କହିଲେ ଜୋକର। ଆଉ ତାଙ୍କ ଫ୍ୟାନ୍ସଙ୍କୁ ବଡ଼ ଜୋକର ବୋଲି ଆକ୍ଷେପ ଲଦିଛନ୍ତି ରାହୁଲ। ବିଗ୍ ବସ୍-୧୪ର ପ୍ରତିଯୋଗୀ ତଥା ଗାୟକ ରାହୁଲ ବୈଦ୍ୟ ଏଭଳି ବିବାଦୀୟ ବୟାନ ଦେଇଛନ୍ତି। କେବଳ ଏତିକି ନୁହେଁ। ବିରାଟଙ୍କ ଫ୍ୟାନ୍ସଙ୍କ ଉପରେ ଆରୋପ ଲଗାଇଛନ୍ତି ଯେ, ସେମାନେ ତାଙ୍କ ପରିବାରକୁ ଗାଳି ଦେଇଛନ୍ତି। ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏଭଳି କୋହଲି ଓ ତାଙ୍କ ଫ୍ୟାନ୍ସଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ଏତିକିରେ ମନ ଭରିଲାନି ଯେ, କୋହଲିଙ୍କୁ ଟ୍ରୋଲ କରି ରିଲ୍ସ ବି କରିଛନ୍ତି ରାହୁଲ। ରିଲ୍ସରେ କହିଛନ୍ତି, ତାଙ୍କର ଫେଭୋରାଇଟ୍ ଗୀତ ହେଲା, ସେ ସାରା ଜୀବନ ଜୋକର ହୋଇ ରହିବେ। ସେପଟେ ରାହୁଲଙ୍କୁ ଏ ଘଟଣା ପରେ ବ୍ଲକ୍ କରିଦେଇଛନ୍ତି ରାହୁଲ। ତେବେ ଏହି ବ୍ଲକ ବିରାଟ ବି କରିନଥିବେ ବୋଲି ବ୍ୟଙ୍ଗ କରି କହିଛନ୍ତି ରାହୁଲ। ତାଙ୍କର ଇନଷ୍ଟାରେ ଆଲଗୋରିଦିମ୍ ହିଁ ତାଙ୍କୁ ବ୍ଲକ୍ କରିଥିବ। କେବଳ ଏଥର ନୁହେଁ। ପୂର୍ବରୁ ବି କୋହଲିଙ୍କ ଉପରେ ଆରୋପ ଲଗାଇସାରିଛନ୍ତି ରାହୁଲ।

Naxatra News is now on Whatsapp
Join and get latest news update delivered to you via whatsapp
Join Now