ଟି-୨୦ ବିଶ୍ୱକପ : ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତାନ

Spread the love

ଟି-୨୦ ବିଶ୍ୱକପରେ ସବୁଠାରୁ ବଡ଼ ଓଲଟପାଲଟ  । ସୁପର-୮ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତାନ । ୧୪୯ ରନକୁ ଟାର୍ଗେଟ୍ ପିଛା କରି ୧୨୭ ରନରେ ଅଲଆଉଟ୍ ହେଲା କଙ୍ଗାରୁ ଟିମ୍ । ଏଥିସହ ଦିନିକିଆ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେଇଛି ଆଫଗାନିସ୍ତାନ । ଆଫଗାନିସ୍ତାନ ଦଳ ଆଇସିସି ଟି -୨୦ ବିଶ୍ୱକପରେ ସବୁଠାରୁ ବଡ ଓଲଟପାଲଟକୁ ହଟାଇ ଅଷ୍ଟ୍ରେଲିଆ ଭଳି ଏକ ଶକ୍ତିଶାଳୀ ଦଳକୁ ଆଣ୍ଠୁମାଡିବାକୁ ବାଧ୍ୟ କରିଥିଲା। ଟସ ହରାଇବା ପରେ ଆଫଗାନିସ୍ତାନ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା । ୫୦ ସ୍କୋର କରିବା ପରେ ଉଭୟ ବ୍ୟାଟ୍ସମ୍ୟାନ ଆଉଟ ହୋଇଥିଲେ। ଗୁରୁବାଜଙ୍କ ୬୦ରନ ଏବଂ ଜାଦରାନଙ୍କ ୫୧ରନ ଯୋଗୁଁ ଆଫଗାନିସ୍ତାନ ଦଳ ଲଢିବା ଭଳି ଏକ ସ୍କୋର କରିଥିଲା।

Leave a Reply

Your email address will not be published. Required fields are marked *