Balangirଅପରାଧ

ନଦୀକୂଳରୁ ମୃତଦେହ ଉଦ୍ଧାର

ବଲାଙ୍ଗିର: ନଦୀକୂଳରୁ ଏକ ମୁଣ୍ଡବିହୀନ ମୃତଦେହ ଉଦ୍ଧାର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା କମରଲଗା ଗାଁ ଦେଇ ପ୍ରବାହିତ ହେଉଥିବା ଲାନ୍ଥନଦୀ କୂଳରେ। ତେବେ ଶବଟି ୧୮ରୁ ୨୫ ବର୍ଷ ଭିତରେ ହୋଇଥିବା ଏକ ଯୁବତୀର ବୋଲି ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ସଇଁତଳା ପୋଲିସ ସମେତ ବଡ଼ମାଳ ଫାଣ୍ଡି ଅଧିକାରୀ, ଟିଟିଲାଗଡ଼ ଏସ.ଡ଼ି.ପି.ଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କୂଳରେ ରକ୍ତ ପଡିଥିବାରୁ ଏହା ଏକ ହତ୍ୟା କାଣ୍ଡ ବୋଲି ପୂର୍ବରୁ ସନ୍ଦେହ ଦେଖା ଦେଇଥିବା ବେଳେ ବର୍ତମାନ ଏହା ଏକ ସୁପରକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି। ସେହି ନଦୀ କୁଳରେ ଯୁବତୀ ର ମୁଣ୍ଡ କୁ ଅତି ନୃଶଂସ ଭାବରେ କଟା ଯାଇ ଶରୀର କୁ ନଦୀ ଭିତରେ ଫିଙ୍ଗି ଦେଇ ହତ୍ୟାକାରୀ ମାନେ ଫେରାର ମାରିଥିବା ସୂଚନା ମିଳିଛି l ଘଟଣାସ୍ଥଳରେ ବଲାଙ୍ଗୀର ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ସହ ବଲାଙ୍ଗୀର ଏସ ପି. ନିତିନ କୁଶଲକର ପହଂଚି ତଦନ୍ତ କୁଆହୁରି ବ୍ୟାପକ କରିଛନ୍ତି l ତେବେ ସମ୍ପୃକ୍ତ ଯୁବତୀ କୁ ପ୍ରଥମେ ଦୁଷ୍କର୍ମ କରି ପରେ ହତ୍ୟା କରିଥିବା ସନ୍ଦେହ ଘନୀଭୂତ ହୋଇଛି l ଉକ୍ତ ମୃତଦେହର ମୁଣ୍ଡ ଖୋଜିବାରେ ଲାଗିଛି ପୋଲିସ।

Related Articles

Leave a Reply

Your email address will not be published.

Back to top button