ଦିଲ୍ଲୀ ରେଳୱେ ଷ୍ଟେସନରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଦିଲ୍ଲୀ ରେଳୱେ ଷ୍ଟେସନରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏହି ଘଟଣାରେ ୪ ଅଭିଯୁକ୍ତ ରେଳ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ରେଳୱେ ଡିସିପି ହରେନ୍ଦ୍ର ସିଂହ। ଜୁଲାଇ ୨୧ ବିଳମ୍ୱିତ ରାତିରେ ଦିଲ୍ଲୀ ରେଳ ଷ୍ଟେସନର ଇଲେକ୍ଟ୍ରିକ ମେଣ୍ଟେନାନ୍ସ ଷ୍ଟାଫ୍ କ୍ବାର୍ଟର ଭିତରେ ଅଭିଯୁକ୍ତମାନେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଦିଲ୍ଲୀ ରେଳୱେ ଷ୍ଟେସନରେ ଲଜ୍ଜା। ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ପୀଡିତା ଜଣଙ୍କ ସ୍ବାମୀଙ୍କଠାରୁ ଅଲଗା ରହୁଥିବା ବେଳେ ପ୍ରାୟ ଦୁଇ ବର୍ଷ ପୂର୍ବରୁ ଜଣେ ଅଭଯୁକ୍ତଙ୍କ ସହ ପରିଚିତ ହୋଇଥିଲା।

ଏବଂ ସେ ଜଣେ ରେଳ ବିଭାଗରେ କାର୍ଯ୍ୟରତ ଥିବା କହି ମହିଳା ଜଣଙ୍କୁ ରେଳ ବିଭାଗରେ ଚାକିରୀ କରାଇଦେବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ଜୁଲାଇ ୨୧ ରାତିରେ ଅଭିଯୁକ୍ତ ଜଣଙ୍କ ଉକ୍ତ ମହିଳାଙ୍କୁ ଫୋନ କରି ଜନ୍ମଦିନ ଭୋଜି ସହ ନୂଆ ଘର କିଣିଥିବାରୁ ଭୋଜିକୁ ନିମନ୍ତ୍ରଣ କରିଥିବା ଜଣାପଡିଛି। ସେପଟେ ମହିଳା ଜଣଙ୍କ ଦିଲ୍ଲୀର କିର୍ତ୍ତୀ ନଗର ମେଟ୍ରୋ ଷ୍ଟେସନରେ ରାତି ପ୍ରାୟ ୧୦.୩୦ ମିନିଟ ସମୟରେ ପହଞ୍ଚିଥିଲେ। ଅଭିଯୁକ୍ତ ତାଙ୍କୁ ନୂଆଦିଲ୍ଲୀ ରେଳଷ୍ଟେସନର ୮,୯ ପ୍ଲାଟଫର୍ମକୁ ଆଣିଥିଲେ। ସେଠାରେ ଥିବା ଇଲେକ୍ଟ୍ରିକ ମେଣ୍ଟେନାନ୍ସ ଷ୍ଟାଫ୍ କ୍ବାର୍ଟରରେ ବସିବାକୁ କହିଥିଲେ। ଏହାପରେ ୩ ସାଙ୍ଗଙ୍କ ସହ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ପୋଲିସ ସେହି ଘଟଣାର ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *