ଅପରାଧଓଡ଼ିଶା

ମୋ ବସରୁ ନେଇଗଲେ 50,000 ଟଙ୍କା

ଭୁବନେଶ୍ୱର: ପୁଣି ଥରେ ବସ ଯାତ୍ରୀଙ୍କ ଠାରୁ ଟଙ୍କା ଲୁଟ୍ । ବରମୁଣ୍ଡାରୁ କଟକ ଜଗତପୁର ଯାଉଥିବା 18 ନଂ ମୋ ବସରୁ ମଙ୍ଗଳବାର ଦିନ 50,000 ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ବାଙ୍କୀ ଥାନା ଅଧୀନ ବିଲୁପଡା ବଡପଦନପୁରର ରାଜକିଶୋର ଜେନା ।

ରାଜକିଶୋରଙ୍କ କହିବା ଅନୁଯାୟୀ ମଙ୍ଗଳବାର ଦିନ ସେ ତାଙ୍କ ପରିବାର ସହ ବାଙ୍କିରୁ ତ୍ରିଶୁଳିଆକୁ ଆସିଥିଲେ । ସେଠାରୁ ସେମାନେ ଭୁବନେଶ୍ୱର ଆସିବା ପାଇଁ ମୋ ବସରେ ବସିଥିଲେ । ସେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ତାଙ୍କ ଟଙ୍କା ଚୋରି ହୋଇଥିବା ଜାଣିପାରିଥିଲେ । ରାଜକିଶୋର ତାଙ୍କ ଟଙ୍କା ଚୋରି ଜାଣିବା ପରେ ମୋ ବସ ର କଣ୍ଡକ୍ଟରଙ୍କୁ ଜଣାଇଥିଲେ । ବସ କର୍ମଚାରୀ ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରିଥିଲେ କିନ୍ତୁ କାହାରି ପାଖରେ ଟଙ୍କା ମିଳିନଥିଲା । ପରେ ସେ ଥାନାକୁ ଯାଇ ଏ ସମ୍ପର୍କରେ ଏତଲା ଦେଇଥିଲେ ।

ଚଳିତ ମାସ 10 ତାରିଖରେ ଝିଅ ବାହାଘର ସାରିଥିବାରୁ ବାହାଘର ଚଳଣିକୁ ବଜାୟ ରଖିବା ପାଇଁ ଭୁବନେଶ୍ୱରକୁ ଲୁଗା କିଣିବାକୁ ଆସିଥିଲେ ରାଜକିଶୋର । କିନ୍ତୁ ତାଙ୍କ ଖୁସିକୁ ଯେମିତି କାହାର ନଜର ଲାଗିଯାଇଥିଲା ।

ମୋ ବସରେ ଏପରି ଘଟଣା କିଛି ନୂଆ ନୁହେଁ । ଆଗରୁ ମଧ୍ୟ ଅନେକ ଚେନ, ମୋବାଇଲ ଓ ଟଙ୍କା ଲୁଟେରା ମୋ ବସରୁ ଧରାପଡିଛନ୍ତି । ଗତ ବର୍ଷ ଏକ କ୍ୟାନସର ରୋଗୀ ଠାରୁ 42 ହଜାର ଟଙ୍କା ଚୋରି ହୋଇଥିଲା । ଏନେଇ କମିଶନରେଟ ପୋଲିସ ଏକ ସାତ ଜଣିଆ ଟିମ ଗଠନ କରି ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲା । ତେବେ ଅଧିକ ଭିଡ ଯୋଗୁ ବସରେ ଲୁଟ୍ ର ସଂଖ୍ୟା ବଢୁଥିବା କଥା ଜଣାପଡିଥିଲା ।

Related Articles

Leave a Reply

Your email address will not be published.

Back to top button