ଓଡ଼ିଶାପୁରୀ

ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

PURI_RATHAJATRA­­_PREPARATION MEETING_PKG

() ଜୁନ୍ ୨୦ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଚଳିତବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ଓ ଆକ୍ସନ ପ୍ଲାନ ଚୁଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଷୟ ତୃତୀୟା ଠାରୁ ସୁନାବେଶ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି କାନ୍ତି, ଜନଗହଳି ନିୟନ୍ତ୍ରଣ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପରିମଳ ସହ ଆଇନ ଶୃଙ୍ଖଳା ନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।

ଜୁନ ୨୦ ତାରିଖରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏନେଇ ଆଜି ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅକ୍ଷୟ ତୃତୀୟା ଠାରୁ ସୁନାବେଶ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତିରୁ ଆରମ୍ଭ କରି ଜନଗହଳି ନିୟନ୍ତ୍ରଣ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପରିମଳ ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି। ଆସନ୍ତା ଏପ୍ରିଲ ୨୩ରେ ପବିତ୍ର ଅକ୍ଷୟ ତୃତୀୟା ଜୁନ୍ ୪ରେ ଦେବସ୍ନାନ ପୂର୍ଣ୍ଣିମା  ଜୁନ ୨୦ରେ ଶ୍ରୀଗୁଣ୍ଡିଚା ଯାତ୍ରା ୨୮ ରେ ବାହୁଡା ୨୯ରେ ସୁନାବେଶ ଅନୁଷ୍ଠିତ ହେବ ସବୁ ବିଭାଗ ନିଜ ନିଜ ମଧ୍ୟରେ ସମନ୍ବୟ ରକ୍ଷା କରି ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବା ସମ୍ପର୍କରେ ପ୍ରଥମ ବୈଠକରେ ଆଲୋଚନା କରାଯାଇଛି। ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ଜଳ ସିଞ୍ଚନ, ପାନୀୟ ଜଳ ଯୋଗାଣ, ଷ୍ଟାଣ୍ଡ ପୋଷ୍ଟ ପ୍ରସ୍ତୁତ ରଖିବାକୁ ଜନସ୍ବାସ୍ଥ୍ୟ ବିଭାଗ ପୌର ପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ, ବଡ଼ଦାଣ୍ଡ ସମେତ ଏହାକୁ ସଂଯୋଗ କରୁଥିବା ରାସ୍ତା ଗୁଡିକର ଆବଶ୍ୟକୀୟ ମରାମତି, ଡ୍ରେନ ସଫେଇ ନେଇ ପୌର ପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି।

ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷ କରି ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ବଡ଼ଦାଣ୍ଡରେ ରଥ ନିର୍ମାଣ ସୁରୁଖୁରୁରେ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସହରରେ ଅପରାଧ ଅପରାଧିକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ଆଣ୍ଟି କ୍ରାଇମ ଡ୍ରାଇଭ ଚାଲୁ ରହିଛି। ପୌର ପ୍ରଶାସନ ସହ ଆଲୋଚନା କରି ସହରରେ ପାର୍କିଂ ସ୍ଥଳ ଗୁଡିକ ନିରୁପଣ କରିବା ପାଇଁ ବୈଠକ କରାଯିବ ବୋଲି ଏସପି କହିଛନ୍ତି।‌ ସେହିପରି ବଡ଼ଦାଣ୍ଡରେ ଥିବା ଅସୁରକ୍ଷିତ କୋଠା ଗୁଡିକୁ ଚିହ୍ନଟ କରି ରଥଯାତ୍ରା ପୂର୍ବରୁ ପୂର୍ତ୍ତ ବିଭାଗ ଦ୍ବାରା ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରଥ ନିର୍ମାଣ ସମୟରେ ଭକ୍ତ ପର୍ଯ୍ୟଟକଙ୍କ ପାଇଁ ଏକ ସ୍ବତନ୍ତ୍ର କରିଡର ସହ ରଥଖଳା ପାଇଁ ବ୍ୟାରିକେଡ଼ କରାଯିବ।

ଆସନ୍ତା ମାସରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ ବୈଠକ ବସି ବିଭିନ୍ନ ବିଭାଗ କରିଥିବା କାର୍ଯ୍ୟ ସମ୍ପର୍କରେ ଅବଗତ କରାଯିବ।….

ଶିବପ୍ରସାଦ ଦାସଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button