ଅପରାଧଓଡ଼ିଶା

ଇଡି ଜେରାରେ ନାଗ ପିତା ଘାଇଲା

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପେଡିର ପିଟୁଛି ଗୁମର । ଆଜି ଅର୍ଚ୍ଚନାଙ୍କ ବାପାଙ୍କୁ ମାରାଥନ ଜେରା କରିଛି ଇଡି। ଦିନ ତମାମ ED ର ଘନ ଘନ ଜେରା, ଘନ ଘନ ପ୍ରଶ୍ନ ରେ ବାପା ବେହାଲ l ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଗିରଫ ଘଟଣାରେ ଅର୍ଚ୍ଚନା ଙ୍କ ବାପାଙ୍କୁ ମାରାଥନ ଜେରା କରିଛି ଇଡି । କେସିଙ୍ଗା ଘରୁ ଜବତ ତଥ୍ୟ କୁ ଭିତ୍ତିକରି ଅର୍ଚ୍ଚନା ଙ୍କୁ ପଚରାଉଚରା କରିଛି ଇଡି। ଏପରିକି ଅର୍ଚ୍ଚନା ବାପାଙ୍କ ମୋବାଇଲ ଫୋନକୁ ମଧ୍ୟ ଯାଞ୍ଚ କରାଯାଇଛି । ତେବେ ପଚରାଉଚରା ବେଳେ କିଛି ଏମିତି ଥିଲା ପ୍ରଶ୍ନ…….ଅର୍ଚ୍ଚନା ଭୁବନେଶ୍ୱର ଆସିବା ପରେ କେଉଁଠି କଣ କରୁଥିଲେ? କୋଟି କୋଟି ସମ୍ପତ୍ତି ପଛର ରହସ୍ୟ କଣ? ହନିଟ୍ରାପ ଓ ବ୍ଲାକ ମେଲିଂ କଥା  ସତ କି ନାହିଁ ? କେଉଁ ନେତାମନ୍ତ୍ରୀ ଅର୍ଚ୍ଚନାଙ୍କ ସହ ଯୋଗାଯୋଗ ରେ ରହୁଥିବା କଥା ଜାଣିଛନ୍ତି କି ବାପା ?

ସେପଟେ ରିମାଣ୍ଡ ରେ ଥିବା ଖଗେଶ୍ୱରଙ୍କ ମୋବାଇଲ ଫୋନକୁ ସିଜ କରି ତଦନ୍ତ ଜାରି ରଖିଛି ଇଡି । ତୃତୀୟ ଦିନରେ ମାରାଥନ ଜେରା ପରେ ଖଗେଶ୍ୱରଙ୍କ ମୋବାଇଲ ଫୋନରୁ ସମସ୍ତ ତଥ୍ୟ ଡ଼ିଲିଟ ହୋଇଯାଇଥିବା ଜଣା ପଡ଼ିଛି।  ଡ଼ିଲିଟ ତଥ୍ୟକୁ ରିକଭରି କରିବା ପାଇଁ ଇଡି ଏକ୍ସପର୍ଟ ଟିମ ଜରିଆରେ ତଦନ୍ତ କରୁଥିବା ଜଣା ପଡ଼ିଛି ।

ଅର୍ଚ୍ଚନା ଙ୍କ ବାପାଙ୍କୁ ପଚରାଉଚରା ପରେ ଖୁବ ଶୀଘ୍ର ଜଗବନ୍ଧୁ ଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବ ଇଡି । ପରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ଖଗେଶ୍ବରକୁ ମୁହାଁମୁହିଁ ଜେରା କରିବାକୁ ଯୋଜନା କରୁଛି ଇଡି ।

Related Articles

Leave a Reply

Your email address will not be published.

Back to top button