ବୀରଭୂମ ବିସ୍ଫୋରଣ : ତୃଣମୂଳ ନେତାଙ୍କ ଭାଇ ଓ ପୁଅ ପୋଲିସ ହେପାଜତରେ

Spread the love

କୋଲକାତା : ବୀରଭୂମ ଜିଲ୍ଲାର ଦୁବରାଜପୁରରେ ସୋମବାର ଏକ ଘରେ ଏକତ୍ରିତ କରି ରଖାଯାଇଥିବା ବମ୍ ଗୁଡିକ ବିସ୍ଫୋରଣ ହେବା ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିର ନାମ ଶେଖ୍ ମୋରିଲାଲ । ସେ ମାମଲାର ମୂଳ ଅଭିଯୁକ୍ତ ଶେଖ୍ ଶଫିକ୍ ର ଭାଇ ଅଟେ । ଏହା ବ୍ୟତୀତ ଶଫିକ୍ ର ପୁଅ ଶାହରୁଖକୁ ମଧ୍ୟ ହେପାଜତକୁ ନେଇଛି ପୋଲିସ ।

ମଙ୍ଗଳବାର ସକାଳେ ଜିଲ୍ଲା ପୋଲିସ ସୂତ୍ରରୁ କୁହାଯାଇଛି ଯେ, ଶେଖ୍ ମୋରିଲାଲ ସେହି ଘରେ ରହୁଥିଲା ଯେଉଁଠାରେ କି, ଏହି ବିସ୍ଫୋରଣ ହୋଇଥିଲା । ଶାହରୁଖ ମଧ୍ୟ ତାଙ୍କ ସହିତ ରହୁଥିଲା । ତେବେ ବିସ୍ଫୋରଣ ପରଠାରୁ ଶଫିକ୍ ଫେରାର୍ ରହିଛି । ତାକୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ପ୍ରୟାସ ଜାରୀ ରହିଛି । ଶଫିକ୍ ଏବଂ ମୋରିଲାଲ ଦୁହେଁ ତୃଣମୂଳ କଂଗ୍ରେସର ନେତା ଅଟନ୍ତି । ଶାହରୁଖ ମଧ୍ୟ ଦଳ ପାଇଁ କାମ କରି ଆସୁଥିଲା।

Leave a Reply

Your email address will not be published. Required fields are marked *