ନିଖୋଜ ଯବାନଙ୍କ ମୃତଦେହ ଉଦ୍ଧାର

Spread the love

ଜଗତସିଂହପୁର: ତିନିଦିନ ତେଳେ ନିଖୋଜ ଯବାନଙ୍କ ମୃତଦେହ ଠାବ । ଦୁଇଦିନ ତେଳେ ଯବାନଙ୍କ ବାଇକ ଯାଜପୁର ରୁ ଠାବ ହୋଇଥିବା ବେଳେ ଆଜି ତାଙ୍କ ଝୁଲନ୍ତା ମୃତଦେହ ଘଞ୍ଚ ଜଙ୍ଗଲରୁ ଠାବ ହୋଇଛି ।  ଯବାନ ଜଣଙ୍କ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଧୀନ ସୋମପୁର ଗ୍ରାମର ସୂର୍ଯ୍ୟକାନ୍ତ କୁଆଁର । ଯବାନ ଜଣଙ୍କ ଛତିଶଗଡରେ କାର୍ଯ୍ୟରତ ଥିଲେ ।

ସୂଚନା ଅନୁଯାୟୀ ସୂର୍ଯ୍ୟକାନ୍ତ କିଛି ଦିନ ଛୁଟିରେ ଘରକୁ ଆସିଥିଲେ । ସେ ନିଜ ପରିବାରଠୁ ଦୂରରେ ନିଜ ପତ୍ନୀ ସହ ଜଗତସିଂହପୁର ଟାଉନରେ ରହୁଥିଲେ । କିନ୍ତୁ ଗତ 17 ତାରିଖରେ ନିଜ ଜେଜେମାର ଶ୍ରାଦ୍ଧପାଇଁ ସୋମପୁର ଯାଇଥିଲେ । ଆଉ ଘରକୁ ଫେରିନଥିଲେ । ଏହାକୁ ଜାଣି ପରିବାର ଲୋକେ ବହୁତ ଖୋଜା ଖୋଜି କଲେ କିନ୍ତୁ ଖୋଜିବାରେ ଅସଫଳ ହେଲେ ।

ସୂର୍ଯ୍ୟକାନ୍ତଙ୍କ ପତ୍ନୀ 18 ତାରିଖରେ ଏନେଇ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ । ସେହିଦିନ ଯାଜପୁର ଥାନା ଅଧୀନ ଧାନମଣ୍ଡଳ ନିକଟ ପାହାଡରୁ ଏକ ବାଇକ ମିଳିଥିଲା । ତଦନ୍ତ କରିବାରୁ ଏହା ସୂର୍ଯ୍ୟକାନ୍ତଙ୍କ ବାଇକ ବୋଲି ଜାଣିପାରିଥଲା ପୋଲିସ । ଏହାର ଖବର ଯାଜପୁର ଥାନା ଅଧିକାରୀ ଜଗତସିଂହପୁର ଥାନାକୁ ଜଣାଇଥିଲେ । ପରେ ଜଗତସିଂହ ଥାନା ପୋଲିସ ପରାମର୍ଶ କ୍ରମେ ଯାଜପୁର ପୋଲିସ ଡ୍ରୋନ ଯୋଗେ ଉକ୍ତ ଜଙ୍ଗଲରେ ଖୋଜା ଖୋଜି କରିଥିଲେ  କିନ୍ତୁ କୌଣସି ସୁଫଳ ମିଳିନଥିଲା ।  

ଆଜି ସକାଳେ ପୁଣଥରେ ଯାଜପୁର ଏସପି ନିର୍ଦ୍ଦେଶକ୍ରମେ । ଏସଡିପିଓଙ୍କ ଅଧକ୍ଷତାରେ ତିନି ଜଣିଆ ଟିମି ଗଠନ କରି ବନ ଭିଭାଗ କର୍ମଚାରୀଙ୍କ ସହାୟତାରେ ପାହାଡ ଉପରକୁ ଖୋଜା ଖୋଜିପାଇଁ ଯାଇଥିଲେ । ଯେଉଁଠାରେ ଘଞ୍ଚ ଜଙ୍ଗଲରେ ସୂର୍ଯକାନ୍ତଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।

ତେବେ ସୂର୍ଯ୍ୟକାନ୍ତଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ପୋଲସି ଅନୁଯାୟୀ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ  ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *