ଅପରାଧଅର୍ଥନୀତିଓଡ଼ିଶାଭୁବନେଶ୍ୱର

LUMEX RESOURCES FRAUD (ଅନେକ ନିବେଶକଙ୍କୁ ଠକିଛନ୍ତି ଠକ ଦମ୍ପତ୍ତି ରାଜୀବ ଓ ସୋନିଆ)

10/04/2023

() ଯେତେ ଘାଣ୍ଟିଲେ ସେତେ ବାହାରୁଛି। କାହାଠୁ ନ ଠକିଛନ୍ତି ଠକ ଦମ୍ପତ୍ତି ରାଜୀବ ଓ ସୋନିଆ। ଶୁଣିଲେ କି ଦେଖିଲେ ତାଜୁବ୍ ହୋଇଯିବେ। କେବଳ ନିଶାରାଣୀ ଓ ପ୍ରଜ୍ଞାଙ୍କୁ ଚୂନ ଲଗାଇବାରେ ସୀମିତ ନାହିଁ ଲୁମେକ୍ସ। ଏଭଳି ନିବେଶକଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ଯେଉଁ ସବୁ ନାମୀଦାମୀ କମ୍ପାନୀ ସହ ବ୍ୟବୟାସିକ କାରବାର କରୁଥିବା କହି ଜାଲି ଦସ୍ତାବିଜ୍ ଦେଖାଉଥିଲା। ଅନେକ କମ୍ପାନୀ ଏବେ ଜାଣିବା ପରେ ମୁଣ୍ଡରେ ହାତ ଦେଇ ବସିଲେଣି। ଆଇନଗତ ଆକ୍ସନ ପାଇଁ ସଜବାଜ ହେଲେଣି।

ଯେଉଁଠି ହାତ ମାରିଲେ ସେଠି ଜାଲିଆତିର ନମୂନା ଜାଲି ଦସ୍ତାବିଜ୍, ଜାଲି ତଥ୍ୟ, ଜାଲି ସିଲ୍, ରିଜ୍ୟୋଲୁସନ ବଳରେ ଜାଲିଆତିର ସାମ୍ରାଜ୍ୟ ବିଛାଇଥିଲେ ଦମ୍ପତ୍ତି ରାଜୀବ ଓ ସୋନିଆ। ଲୋକଙ୍କୁ ଚୂନ ଲଗାଇବାକୁ ଯେମିତି ଚାଲୁଥିଲା ମାଇଣ୍ଡ୍ ଠିକ୍ ଏହାକୁ ତାଳ ଦେଇ ଲୋକଙ୍କ ବିଶ୍ୱାସ ଜିତିବାକୁ ସେହି ବେଗରେ ପ୍ରସ୍ତୁତ ହୋଇଯାଉଥିଲା ତଥ୍ୟ,ପ୍ରମାଣ ଦସ୍ତାବିଜ୍ କିନ୍ତୁ ସବୁ ଥିଲା ଫ୍ରଡ୍ ଜିନ୍ଦଲ, ଜିଓକେମ୍ ଓ ଚାଇନା କମ୍ପାନୀ ସହ ଲୁମେକ୍ସ ସଂସ୍ଥାର ବ୍ୟବସାୟିକ କାରବାରର ମିଛ କଥାର ଗୁମର ଆଗରୁ ଦେଖାଇଥିଲୁ। ତଥାପି ନୂଆ କାରସାଦିର ଚିଠା ଦେଖିବା ଆଗରୁ ଆଉ ଥରେ ଏହି ହସ୍ତାବିଜ୍ ଉପରେ ନଜର ପକାଇଦେଲେ, ଚୁମ୍ୱକରେ ବୁଝିପାରିବେ, ଏଭଳି ନାମୀଦାମୀ ସଂସ୍ଥାର ନାଁ ନେଇ ସେମାନଙ୍କ ଅଜ୍ଞାତସାରରେ ଜାଲି ଡକ୍ୟୁମେଣ୍ଟ କରି କିଭଳି ରାଜୀବ ଲୁଟୁଥିଲେ, ତାହାର ପ୍ରମାଣ। ଆଜି ଆଉ ତିନୋଟି ସଂସ୍ଥାକୁ କିଭଳି ଲୁମେକ୍ସ ଚୂନ ଲଗାଇଥିଲା ଦେଖନ୍ତୁ। ଆଦିତ୍ୟ ବିର୍ଲା ଗ୍ରୁପର ଏସେଲ ମାଇନିଂ ସହ ଲୁମେକ୍ସ ସଂସ୍ଥାର ଏ କାରବାର ଚୁକ୍ତି ଦେଖନ୍ତୁ। ଓ୍ୱାର୍କ ଅର୍ଡର ଜାରି କରିଛି ଲୁମେକ୍ସ। ଏସେଲ ମାଇନିଂର କୋଇରାରୁ ଗୋପାଳପୁର ବନ୍ଦରକୁ ଲୁହାପଥର ପରିବହନ ପାଇଁ ଆବଶ୍ୟକୀୟ ଟ୍ରକ୍, ମାନବସମ୍ୱଳ ପାଇଁ ଓ୍ୱାର୍କ ଅର୍ଡର ଜାରି ହୋଇଥିଲା। ତଳେ ଲୁମେକ୍ସ ସଂସ୍ଥାର ଏମଡି ଭାବରେ ରାଜୀବଙ୍କ ଦସ୍ତଖତ ଗୋଟେ ପଟେ ଅନ୍ୟପଟେ ଯୋଡ଼ାରେ ଥିବା ମାର୍କ ଇନଫ୍ରାଷ୍ଟ୍ରକଚରର ପ୍ରୋପାଇରଟର ଭାବରେ ମନୋଜ ଦୁବେଙ୍କ ଦସ୍ତଖତ ମନୋଜ ଦୁବେ ନିଜକୁ ଆଦିତ୍ୟ ବିର୍ଲାର ଅଧିକୃତ ଅଧିକାରୀ ଦର୍ଶାଇ ଏଭଳି ଚୁକ୍ତି କରିଛନ୍ତି ଚୁକ୍ତି ବି ଜାଲି ଆମେ କହୁନୁ। ଏ ଦସ୍ତାବିଜର ସତ୍ୟତାକୁ ନେଇ ସଂପୃକ୍ତ ସଂସ୍ଥା କର୍ତ୍ତୃପକ୍ଷଙ୍କଠୁ ବୁଝିଲା ବେଳକୁ ସେ ଆଶ୍ଚର୍ଯ୍ୟ ହୋଇଗଲେ। ଏଭଳି ସଂସ୍ଥା ସହ ଏସେଲ ମାଇନିଂ କେବେ ବି କୌଣସି କାରବାର କରିନି ଲୁମେକ୍ସ ଫେକ୍ ବୋଲି ମାନିଛନ୍ତି ଆବଶ୍ୟକସ୍ଥଳେ ଆଇନଗତ ଆକ୍ସନ ନେବାକୁ ପଛାଇବେନି ବୋଲି ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ।

ଓ୍ୱାର୍କ ଅର୍ଡର ଅନୁସାରେ ପରିବହନ ବାବଦରେ ଟ୍ରକ୍ ରେ ତେଲ ପକାଇବାକୁ ଅଗ୍ରୀମ ଆକାରରେ ଲୁମେକ୍ସରୁ ସମୟକ୍ରମେ ଅର୍ଥ ନେଉଥିବ ମାର୍କ ଇନଫ୍ରା ଓ ଦୈନିକ ଭିତ୍ତିରେ ରିପୋର୍ଟ ପଠାଇବ। ହେଲେ କିଏ ଜାଣିଥିଲା ଯେ, ଏହା ରାଜୀବ ମନୋଜ ଉଭୟଙ୍କ ମିଳିତ କାରସାଦି ଥିଲା ଏବେ ଦେଖିବା ମାର୍କ ଇନଫ୍ରା କମ୍ପାନୀ ଠିକ୍ ନା ଜାଲି କିନ୍ତୁ କୋର୍ଟ ଅଫିସର ସୁରେଶ ପଟ୍ଟନାୟକଙ୍କ ଏହି ରିପୋର୍ଟ ସ୍ପଷ୍ଟ କରୁଛି, ମାର୍କ ଇନଫ୍ରା ବି ଜାଲି କମ୍ପାନୀ ଲୁମେକ୍ସରେ ତାଲା ଝୁଲିବା ପରେ ରାଜୀବ ଓ ସୋନିଆଙ୍କ କାରସାଦି ଥମିନଥିଲା। ଲୁମେକ୍ସ ନାଁରେ ଚୂନ ଲଗାଇବା ପରେ ଚନ୍ଦ୍ରଶେଖରପୁରର କାନନ ବିହାରରେ ଖୋଲିଥିଲେ ଆଉ ଏକ ସଂସ୍ଥା ଯାହାର ନାଁ ରେଭାଟଜ ଗ୍ଲୋବାଲ୍ ପ୍ରାଇଭେଟ୍ ଲିମିଟେଡ୍ ଏବେ ଗୁଗଲରେ ଏହାର ଷ୍ଟାଟସ ସର୍ଚ୍ଚ କଲେ କମ୍ପାନୀ ଅସ୍ଥାୟୀ ଭାବେ ବନ୍ଦ ବୋଲି ଦର୍ଶାଉଛି। ଆମ ପ୍ରତିନିଧି ସେଠାକୁ ଯାଇ ଦେଖନ୍ତି ତ, କୁଆଡ଼େ ଅଫିସର ଚିହ୍ନବର୍ଣ୍ଣ ହିଁ ନାହିଁ ଏଭଳି କୌଣସି ଅଫିସ କେବେ ଖୋଲିଥିଲା, ସେ ବାବଦରେ ଆଖାପାଖ ଲୋକେ ବି ଜାଣିନାହାନ୍ତି। କମ୍ପାନୀ ଏବେ ବି ଆକ୍ଟିଭ୍ ଏହାର ନିର୍ଦେଶକ ରାଜୀବ, ଲୀନା ମହାନ୍ତି ଓ ବିକ୍ରମ ସାହୁ। ତା ହେଲେ ଅସ୍ଥାୟୀ ଭାବେ କମ୍ପାନୀ ବନ୍ଦ ବୋଲି ଷ୍ଟାଟସରୁ କଅଣ ସୂଚାଉଛି। ଏହା ବି ଫ୍ରଡ୍ ନେଟଓ୍ୱର୍କରର ଆଉ ଏକ ଚେହେରା ବଡ କଥା ହେଲା, ରାଜୀବଙ୍କ ଜାଲିଆତି ନମୂନାର ପ୍ରମାଣ ଖୋଲା ବହି ଭଳି। ତା ହେଲେ କମିଶନରେଟ ପୁଲିସ ଦୀର୍ଘ ଦିନ ଧରି କାହାକୁ ଧରି ତଦନ୍ତ କରୁଥିଲା କେବଳ ଅଭିଯୋଗକାରୀଙ୍କ ଚାରିପଟେ ବୁଲୁଥିଲା କି ଅଭିଯୁକ୍ତର ଜାଲିଆତିର ନେଟଓ୍ୱର୍କକୁ ଘାଣ୍ଟିନଥିଲା କି ସବୁ ପ୍ରକାର ଅତ୍ୟାଧୁନିକ ଜ୍ଞାନକୌଶଳ କମିଶନରେଟ ପୁଲିସ ପାଖରେ। ହେଲେ ଏହାକୁ ଉପଯୋଗ କରୁନଥିଲା କାହିଁକି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ଏବେ ଇଓଡବ୍ଲୁ ବି ବେଶ୍ କିଛି ଦିନ ହେଲାଣି, ତଦନ୍ତ ନିଜ କାନ୍ଧକୁ ନେଇଛି। ଆଶା କରାଯାଉଛି। ଭାତ ହାଣ୍ଡିରୁ ଗୋଟିଏ ଚିପି ଜାଣିଲା ଭଳି ରାଜୀବ ଓ ତାଙ୍କ ସହଯୋଗୀଙ୍କ କାରନାମାର ଚିଠା ଖୋଲିବା, ଜାଣିବା ଓ ସେମାନଙ୍କ ଫ୍ରଡ୍ ନେଟଓ୍ୱର୍କର ଆଉ କେହି ଶୀକାର ହେବା ଆଗରୁ ସେମାନଙ୍କୁ ଧରିବା ବଡ଼ ଆହ୍ୱାନ ସାଜିବ।

ବ୍ୟୁରୋ ରିପୋର୍ଟ ନକ୍ଷତ୍ର ନ୍ୟୁଜ୍

Related Articles

Leave a Reply

Your email address will not be published.

Back to top button