ଅପରାଧଜାତୀୟ

ଡ୍ରେନରୁ ମିଳିଲା ଖଣ୍ଡ ବିଖଣ୍ଡ ଶରୀର

ଦିଲ୍ଲୀ : ନୋଏଡା ର ସେକ୍ଟର 8  ଡ୍ରେନରୁ ମିଳିଲା ମଣିଷ ଶରୀରର ବହୁ ଅଂଶ । ଖବର ପାଇ ପୋଲିସ ସେହି ଖଣ୍ଡ ଗୁଡିକୁ ଉଦ୍ଧାର କରି ପୋଷ୍ଟ ମୋର୍ଟମ ପାଇଁ ଫରେନସିକ ଲ୍ୟାବକୁ ପଠାଇଛି ଏବଂ ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ମୁତାବକ ଦିଲ୍ଲୀର ନୋଏଡାରେ ଗୁରୁବାର ସକାଳେ ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଥିଲା । ଏଠାରେ ଏକ ଡ୍ରେନରେ ମଣିଷ ଶରୀରର ଖଣ୍ଡ ସବୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ଫୋର୍ସ ପହଞ୍ଚି ସେସବୁକୁ ସଂଗ୍ରହ କରିବା ସହ ଲୋକ ମାନଙ୍କୁ ପଚରା ଉଚରା କରିଥିଲା । ଖବର ପ୍ରସାରିତ ହେବା ପରେ ସେଠାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

ମୃତ ଶରୀର ଟି ସ୍ତ୍ରୀ କିମ୍ବା ପୁରୁଷର ତାହା ପୋଷ୍ଟମୋର୍ଟମ ପରେ ଜଣା ପଡିବ ବୋଲି ଡସିପି ହରିଶଚନ୍ଦ୍ର କହିଛନ୍ତି । ଡିସିପିଙ୍କ କହିବା ମୁତାବକ ମୃତ ଶରୀରକୁ ଦେଖିଲେ ଚାରିରୁ ପାଞ୍ଚଦିନ ପୂର୍ବେ ହତ୍ୟା କରାଯାଇଥାଇପାରେ। କିନ୍ତୁ ସେଠାକାର ଲୋକମାନେ ଏହାକୁ କୌଣସି ମହିଳାଙ୍କର ମୃତ ଶରୀର ବୋଲି ଅନୁମାନ କରୁଛନ୍ତି । ଏବେ ଘଟଣାର ଅଧିକ ତଦନ୍ତ ପାଇଁ ପୋଲିସ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିଛି । 

Related Articles

Leave a Reply

Your email address will not be published.

Back to top button