କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରିବେ ହାଇକୋର୍ଟ

Spread the love

() ସମୟ ଗଡୁଛି ରହସ୍ୟ ବଢୁଛି। କିନ୍ତୁ ସାମ୍ମାକୁ ଆସୁନି କାରଣ। କାହିଁକି ଗୋପାଳ ହତ୍ୟା କଲା  ମନ୍ତ୍ରୀ ନବ ଦାସଙ୍କୁ। ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରିବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ ବୋଲି ଜଣା ପଡିଥିବା ବେଳେ ଦାୟିତ୍ବରେ ଅବହେଳା ନେଇ ନବ ଦାସଙ୍କ PSO ମିତ୍ରଭାନୁ ଦେଓଙ୍କୁ ସସପେଣ୍ଡ କରାଯାଇଛି। ଅନ୍ୟପଟେ ଝାରସୁଗୁଡା JMFC କୋର୍ଟ ପକ୍ଷରୁ ଆଦେଶ ପରେ ୪ଦିନିଆ ରିମାଣ୍ଡରେ ନେଇ ଗୋପାଳକୁ ଜେରା କରୁଛି କ୍ରାଇମବ୍ରାଂଚ।

ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ତଦାରଖ କରିବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ। ସେ କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରିବେ। ଏନେଇ ହାଇକୋର୍ଟଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ସରକାର। ନିରପେକ୍ଷ ତଦନ୍ତ ନେଇ ଜଣେ ବିଚାରପତିଙ୍କ ସହଯୋଗ ଲୋଡ଼ିଥିଲେ ରାଜ୍ୟ ସରକାର।

ସେପଟେ ମନ୍ତ୍ରୀଙ୍କୁ  ହତ୍ୟା ମାମଲାରେ ଦାୟିତ୍ବରେ ଅବହେଳା ନେଇ ନବ ଦାସଙ୍କ PSO ମିତ୍ରଭାନୁ ଦେଓଙ୍କୁ ସସପେଣ୍ଡ କରାଯାଇଛି । ଏହାସହ ବ୍ରଜରାଜନଗର ଥାନା iic ପ୍ରଦ୍ୟୁମ୍ନ ସ୍ବାଇଁଙ୍କୁ ସମ୍ବଲପୁର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଝାରସୁଗୁଡା SP ଓ SDPO ବି ବଦଳିଛନ୍ତି। ଅନ୍ୟପଟେ ଝାରସୁଗୁଡା JMFC କୋର୍ଟ ପକ୍ଷରୁ ଆଦେଶ ପରେ ୪ଦିନିଆ ରିମାଣ୍ଡରେ ନେଇ ଗୋପାଳକୁ ଜେରା କରୁଛି କ୍ରାଇମବ୍ରାଂଚ।

ଏସବୁ ସତ୍ବେ ଏବେ ବି ଅସମାହିତ ରହିଛି ପ୍ରଶ୍ନ, କାହିଁକି ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସ ହତ୍ୟା କଲା ମନ୍ତ୍ରୀଙ୍କୁ?

Leave a Reply

Your email address will not be published. Required fields are marked *