LUMEX RESOURCES LOOT(ଲୁମେକ୍ସ ମହାଠକେଇ ମାମଲା)

Spread the love

25/03/2023

() ଲୁମେକ୍ସ ମହାଠକେଇର ଚେର ବହୁ ଗଭୀର। ଅଭିଯୁକ୍ତ ଏ ଯାଏ ପୁଲିସର ବଳୟକୁ ଆସିପାରିଲାନି। ତା ହେଲେ ତଦନ୍ତ କାହାକୁ ନେଇ ଆଗେଇଛି। ଅଭିଯୋଗକାରୀଙ୍କ ଅଭିଯୋଗ ଓ ଆର୍ଥିକ ନେଣଦେଣର ହିସାବ ତ ସର୍ବସମ୍ମୁଖରେ। ତଦନ୍ତ କେଉଁଠି ତା ହେଲେ ଅଟକିଛି। ସେ ସବୁ ଏଜେନ୍ସି କିଏ। ଯିଏ ସବୁ ପ୍ରକାର ତଦନ୍ତକୁ ନିରୀକ୍ଷଣ କରୁଛି। ଏମିତି ତମାମ ପ୍ରଶ୍ନ ଭୁବନେଶ୍ୱର ଡିସିପିଙ୍କ ଉତ୍ତର ପରେ ବି ଘୁରିବୁଲୁଛି ସାଧାରଣରେ।

ଲୁମେକ୍ସ ମହାଠକେଇ ମାମଲାରେ ପୁଲିସ ମାମଲା ରୁଜୁ କରିବାକୁ ନିଜ ଆଡ଼ୁ ଆଗ ଆଗ୍ରହ ଦେଖାଇଥିଲା କିତଦନ୍ତ ସେହି ଅନୁସାରେ ଆଗେଇନେବାକୁ ଆଗଭର ହୋଇଥିଲା କି ଏ ସବୁ ପ୍ରଶ୍ନର ଉତ୍ତର ହେଉଛି ବୋଧହୁଏ ନାଁ। କାରଣ ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ିବା ପରେ ହିଁ ଅଭିଯୋଗକାରୀଙ୍କ ଏତଲା ରୁଜୁ କଲା ପୁଲିସ। ଅଦାଲତଙ୍କ ଭୟରେ ତଦନ୍ତକୁ ବି ଆଗେଇଥିଲା। ପୁଣି ଅଚାନକ ଶୀଥିଳ ପଡ଼ିଯାଇଥିଲା। ସେପଟେ ଯେଉଁ ସବୁ ସଂସ୍ଥା ସହ କାରବାର କରୁଥିବାର ମିଛ ଜାଲି ଦସ୍ତାବିଜ୍ ଦେଖାଇଥିଲା ଲୁମେକ୍ସ ସଂସ୍ଥା। ସେଥିରୁ ଜିଓଚେମ୍ ଜିନ୍ଦଲ ଭଳି ସଂସ୍ଥା ବି ରାଜୀବ ଦାସଙ୍କ ନାଁରେ ଏତଲା ଦେଇଥିଲେସେ ଏତଲା ଉପରେ କଅଣ ପଦକ୍ଷେପ ନେଇଛି ପୁଲିସ ଏ ସବୁ ସଂସ୍ଥାକୁ ଡାକି କେତେଥର ପଚରାଉଚୁରା କଲାଣି। ତଦନ୍ତ କଲା ବେଳେ ସବୁ ଦିଗକୁ ପୁଲିସ ଦେଖେ। କହିବା କରିବାରେ ଆକାଶ ପାତାଳ ତଫାତ୍କିନ୍ତୁ ଯେଉଁ ଦିଗରେ ମାଡ଼ିଲେ, ତଦନ୍ତର ମୋଡ଼ ଠିକ୍ ଚାଲିଛି ବୋଲି ସାଧାରଣରେ ହୃଦବୋଧ ହୁଏସେ ଦିଗକୁ ଛୁଇଁଲାଣି କି ପୁଲିସ କୋଟି କୋଟି ଟଙ୍କାର ଆର୍ଥିକ ନେଣଦେଣ ନଗଦରେ ହୋଇନି। ସବୁ ଅନଲାଇନରେ ହୋଇଛି। ଏଠି ଅଭିଯୋଗକାରୀଙ୍କୁ ନୋଟିସ କରିବା, ତାଙ୍କଠୁ ତଥ୍ୟ ପ୍ରମାଣ ସଂଗ୍ରହ କରିବା ଭଳି କାମକୁ ପୁଲିସ ସାରିଦେଇଛି ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି। ଏତଲା ଦେବାର ୧୭ ମାସ ଭିତରେ ପୁଲିସ କଅଣ କରୁଥିଲା। ଅଭିଯୁକ୍ତ କେଉଁଠିସେମାନେ ଫେରାର୍ ନା ପୁଲିସକୁ ତଦନ୍ତରେ ସହଯୋଗ କରୁଛନ୍ତିମାମଲାର ଷ୍ଟାଟସ କଅଣଅଭିଯୋଗକାରିଣୀ କେବେ ତାଙ୍କର ଅର୍ଥ ଫେରିପାଇବେଅଭିଯୁକ୍ତ ଧରା ହେଲା ଯାଏ, ସବୁ ଦିଗକୁ ପୁଲିସ କେମିତି ଉନ୍ମୋଚନ କରିବ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବି ଚିତ୍ତରଞ୍ଜନ ମହାନ୍ତି ।

ବଡ଼କଥା ହେଲା, ଏତଲା ରୁଜୁ ହେବା ଦିନଠୁ ପୁଲିସର ଛାନଭିନ୍ କେଉଁ ଦିଗକୁ ନେଇ ଆଗେଇଥିଲା। ଅଭିଯୁକ୍ତଙ୍କ ଆଗୁଆ ଜାମିନ୍ ଦୁଇ ଦୁଇ ଥର ଖାରଜ ହେବା ପରେ ବି ପୁଲିସର ଦାୟିତ୍ୱ କଅଣ ଥିଲା। ଆଗୁଆ ଜାମିନ ଖାରଜ ହେବାର ଅର୍ଥ ମାମଲାରେ ପ୍ରାଥମିକ ଭିତ୍ତିରେ  ଅଭିଯୁକ୍ତଙ୍କ ବିରୁଦ୍ଧରେ ସେମିତି ଠୋସ୍ ଓ ବଳିଷ୍ଠ ତଥ୍ୟପ୍ରମାଣ ଥିବ। ଅଭିଯୋଗକାରିଣୀଙ୍କୁ ଡାକି, ତାଙ୍କଠୁ ତଥ୍ୟପ୍ରମାଣ ନେବାରେ ଏହାରି ଭିତରେ ପ୍ରାୟ ବର୍ଷେ ବିତିଗଲାଣି। କାରଣ ଅଦାଲତଙ୍କ ନିର୍ଦେଶରେ ଏହାକୁ କେବଳ ଅନୁପାଳନ କରିଥିଲା ପୁଲିସ। ଅଦାଲତ ୧୭ ମାସ ପୂର୍ବେ ଅଭିଯୁକ୍ତଙ୍କଠୁ ବି ପ୍ରମାଣ ସଂଗ୍ରହ ଲାଗି ନିର୍ଦ୍ଦେଶ ଦେଇଥିଲେ। ସେ ବାବଦରେ ପୁଲିସ କଅଣ କରିଛି। ସର୍ବୋପରି ପୁଲିସ ପାରଦର୍ଶିତା ସହ ତଦନ୍ତ କରୁଛି ତ। ଏମିତି ପ୍ରଶ୍ନ ବି ସାଧାରଣରେ ମନକୁ ଆସୁଛି।

ବେଶ୍ ପ୍ରଫେସନାଲ ଢଙ୍ଗରେ ତଦନ୍ତ କରିବାରେ କମିଶନରେଟ ପୁଲିସର ଦକ୍ଷତା ରହିଛି। ହେଲେ ନ୍ୟାୟ ଦେବାରେ ଅହେତୁକ ବିଳମ୍ୱ କେଉଁଠି ନା କେଉଁଠି ଅଭିଯୋଗକାରୀଙ୍କୁ ନିରାଶା ଭିତରକୁ ଠେଲି ଦେଉଛି। ତାଙ୍କ ମନରେ ନାନା ଭୟ ଓ ସନ୍ଦେହଜାତ ହେବା ସ୍ୱାଭାବିକ କଥା। ଆଉ ଏହାକୁ ଦୂର କରି କମିଶନରେଟ ପୁଲିସ ଉପରେ ଆସ୍ଥା ଓ ବିଶ୍ୱାସ ସଞ୍ଚାର କରିବା ବି ଅନ୍ୟତମ ଗୁରୁ ଦାୟିତ୍ୱ କହିଲେ ଭୁଲ ହେବନି।

ବ୍ୟୁରୋ ରିପୋର୍ଟ ନକ୍ଷତ୍ର ନ୍ୟୁଜ୍

Leave a Reply

Your email address will not be published. Required fields are marked *