
ଭେଣ୍ଟିଲେଟର ସର୍ପୋଟରେ ବିଖ୍ୟାତ ଲେଖକ ସଲମାନ ରୁସ୍ଦି। ଆମେରିକାର ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ଲେଖର ସଲମାନ ରୁସ୍ଦିଙ୍କ ଉପରେ ମରଣାନ୍ତକ ଆକ୍ରମଣ। ବଫେଲୋ ନିକଟସ୍ଥ ଚୌଟାଉକ୍କାରେ ସଲମାନ ରୁସଦିଙ୍କ ଉପରେ ଛୁରା ମାଡ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କାଲି ନ୍ୟୁୟର୍କର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ରୁସଦିଙ୍କ ଲିଭର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବେକରେ ୧୦ରୁ ୧୫ ଥର ଛୁରିରେ ଆଘାତ ହୋଇଛି। ଅସ୍ତ୍ରୋପଚାର ପରେ ଗୋଟିଏ ଆଖି ନଷ୍ଟ ହେବାର ଆଶଙ୍କା ରହିଛି। ୭୫ ବର୍ଷୀୟ ରୁସଦିଙ୍କୁ ଛୁରାମାଡ କରିଥିବା ଯୁବକକୁ ଚିହ୍ନଟ କରାଯାଇଛି। ୨୪ ବର୍ଷୀୟ ଆକ୍ରମଣକାରୀ ହାଦି ମାତରକୁ ଗିରଫ କରିଛି ପୋଲିସ। ଆକ୍ରମଣର କାରଣ ଅସ୍ପଷ୍ଟ ଥିବାବେଳେ ଆକ୍ରମଣକାରୀକୁ ପୋଲିସ ଜେରା କରୁଛି। ଉପନ୍ୟାସ ଦ ସାଟାନିକ ଭର୍ସେସ୍ ପାଇଁ ବିବାଦୀୟ ହୋଇଥିଲେ ରୁସଦି। ରସଦିଙ୍କ ମୁଣ୍ଡ ପାଇଁ ଇରାନ ୩ ନିୟୁତ ଡଲାର ପୁରସ୍କାର ଘୋଷଣା କରିଥିଲା।
- ଶୁଭଲକ୍ଷ୍ମୀ ସାହିଙ୍କ ରିପୋର୍ଟ