ପ୍ରଶ୍ନପତ୍ର ଲିକ୍ ମାମଲାରେ ୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍

Spread the love

ଭୁବନେଶ୍ୱର : ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ପ୍ରଶ୍ନ ପତ୍ର ଲିକ ମାମଲାରେ ୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରିଥିବା ଜଣା ପଡିଥି । କାହିଁକି ଆଜୀବନ ବାସନ୍ଦ କରାଯିବନି ସେନେଇ ଏହି କାରଣ ଦର୍ଶାଅ ନୋଟିସ କରାଯାଇଛି । ବାଲେଶ୍ୱର ଏସପିଙ୍କ ଚିଠି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣା ପଡିଛି ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, କିଛି ଦିନ ତଳେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଥିଲା । ବିହାରରୁ ମାଷ୍ଟରମାଇଣ୍ଡକୁ ବାଲେଶ୍ୱର ପୋଲିସ ଗିରଫ କରିଥିଲା ।

Leave a Reply

Your email address will not be published. Required fields are marked *