ବିଶ୍ୱ

ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା, ୧୫ ମୃତ, ୫୦ ରୁ ଅଧିକ ଆହତ

ପାକିସ୍ତାନରେ ଘଟିଛି ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ରାୱଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସ ଲାଇନଚ୍ୟୁତ ହେଇଯିବା ଫଳରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୫୦ ରୁ ଅଧିକ ଆହତ ହୋଇଥିବା ଖବର ଆସୁଛି । ଶାହାଜାଦପୁର ଏବଂ ନବାବଶା ମଧ୍ୟରେ ସାହାରା ରେଳ ଷ୍ଟେସନ ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରାଦେଶିକ ରେଳ ଅଧିକାରୀ ଇଜାଜ ଶାହା କହିଛନ୍ତି ଯେ, ଏହି ଦୁର୍ଘଟଣାରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି ଏବଂ ଘଟଣାସ୍ଥଳକୁ ଏକ ରିଲିଫ ଟ୍ରେନ ପଠାଯାଇଛି ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏବେବି ଅନେକ ଲୋକ ଟ୍ରେନରେ ଫସି ରହିଛନ୍ତି । ଦୁର୍ଘଟଣା ପରେ ଯାତ୍ରୀମାନଙ୍କୁ ଟ୍ରେନରୁ ବାହାର କରିବା ପାଇଁ ଉଦ୍ୟମ ଚାଲିଛି ।

Related Articles

Leave a Reply

Your email address will not be published.

Back to top button