ଅନୁଗୁଳ ବନଖଣ୍ଡ ଛେଣ୍ଡିପଦା ରେଞ୍ଜ ଫୁଲଝରୀ ନିକଟରୁ ବାଘ ଛାଲ ଜବତ । ଘଟଣାରେ ୨ ବାଘ ଛାଲ ବ୍ୟବସାୟୀଙ୍କୁ ରିମାଣ୍ଡରେ ଆଣିବା ସହିତ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବନବିଭାଗ ତଦନ୍ତ ଆରମ୍ଭ କରିଛି । ଗତ ୧୯ ତାରିଖରେ ବାଘ ଛାଲ କିଣାବିକା ସମୟରେ ବନବିଭାଗ ଚଢାଉ କରି କଲରାପତରିଆ ବାଘର ଛାଲ ଓ ନଖକୁ ଜବତ କରିଥିଲା ।
ଏହି ମାମଲାରେ ହାଣ୍ଡିଗୁଡା ଗ୍ରାମର ଟିକନ ଗୋଚ୍ଛାୟତ ଓ ବସନ୍ତପୁର ସମିତିସଭ୍ୟ ଧଉରାଖମଣ ଗ୍ରାମର ଯୁଗଳ ନାଏକଙ୍କୁ ଗିରଫ କରିଥିଲା ବନବିଭାଗ ଟିମ୍ । ବାଘ ଛାଲ ଧରି ଦୁହେଁ ବିକ୍ରି ପାଇଁ ଅପେକ୍ଷାରେ ଥିବା ବେଳେ ବନ କର୍ମଚାରୀ ଦୁହିଁଙ୍କୁ ଗିରଫ କରିଥିଲେ । ତେବେ ବାଘ ଛାଲ ଓ ନଖ କାହାକୁ ବିକ୍ରି କରିଥାନ୍ତେ , ଏହି ଶିକାରରେ କିଏ କିଏ ସମ୍ପର୍କ୍ତି ଅଛନ୍ତି ଏ ସବୁ ତମାମ ପ୍ରଶ୍ନର ଉତ୍ତର ପାଇଁ ବନବିଭାଗ ପକ୍ଷରୁ ଦୁହିଁଙ୍କୁ ରିମାଣ୍ଡରେ ଅଣାଯାଇ ତଦନ୍ତ ଆରମ୍ଭ କରିଛି । ଗିରଫ ଯୁଗଳ ଓ ଟିକନକୁ ନେଇ ବନବିଭାଗ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଧଉରା ଖମଣ ଗ୍ରାମକୁ ଯାଇ ସରଜମିନ ତଦନ୍ତ ଆରମ୍ଭ କରିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now