ଖୁଡିକୁ ଛୁରୀରେ ଭୁସି ହତ୍ୟା କଲା ପୁତୁରା

ନିଜ ଖୁଡି ର ହତ୍ୟାକାରୀ ସାଜିଲା  ନିଷ୍ଠୁର ପୁତୁରା ।ଛୁରୀରେ ଭୁସି ଖୁଡିକୁ ହତ୍ୟା କଲା ସୈତାନ ପୁତୁରା ।ଏଭଳି ଅତଭନୀୟ ଘଟଣା ଘିଟିଛି ବୋରିଗୁମ୍ମା ଥାନା ଅନ୍ତର୍ଗତ ଜୟନ୍ତୀ ଗିରି ପଞ୍ଚାୟତ ର ମିନା ଗୁଡା ଗାଁ ରେ । ମୃତ ମହିଳା ରୁକ ମଣି ପେଣ୍ଠିଆ। ତାଙ୍କର ବୟସ ୪୦ବର୍ଷ।ତାଙ୍କର ଦୁଇଟି ଝିଅ ଅଛନ୍ତି।ତାଙ୍କ ସ୍ୱାମୀ  କିଶ୍ୱର ପେଣ୍ଠିଆ  ଙ୍କ ମସ୍ତିଷ୍କ  ଜନିତ ସମସ୍ୟା ଅଛି।ଏହାର ସୁଯୋଗ ନେଇ ତାଙ୍କ ପୁତୁରା  ଡମ୍ବ ପେଣ୍ଠିଆ  ରୁକମଣୀ ପେଣ୍ଟଆ ଙ୍କୁ ମନ୍ଦ ଉଦ୍ୟସ ନେଇ ତାଙ୍କୁ ଟଣା ଓଟରା କରିଥିଲେ ରୁକମଣୀ ନ ମାନିବାରୁ  ତାଙ୍କୁ ଛୁରୀ ଭୂସୀ ହତ୍ୟା କଲା ଡମ୍ବୁ ପେଣ୍ଠଆ ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ରୁକ ମଣୀ ଙ୍କୁ ପ୍ରଥମେ  ଜୟପୁର  ଜିଲା ମେଡିକାଲ ଓ ପରେ କୋରାପୁଟ ମେଡିକାଲ କଲେଜ ରେ ଭର୍ତ୍ତି କରିଥିଲେ ପରିବାର ଲୋକେ।କିନ୍ତୁ ରୁକ ମଣୀ  କୋରାପୁଟ ମେଡିକାଲ କଲେଜ ରେ ଚିକତ୍ସା ଧୀନ ଅବସ୍ଥାରେ ଆଖି ବୁଜିଲେ। ଅନେଇ ରୁକ ମଣୀ ଙ୍କ ସ୍ୱାମୀ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ସାଇଣ୍ଟିଫିକ ଟିମ ର ସହାୟତା ରେ ତଦନ୍ତ ଆରମ୍ଭ କରିଛି।ସେପଟେ ହତ୍ୟାକାରୀ ପୁତୁରା ଦମ୍ଭୁ ପେଣ୍ଠିଆ ଥାନାରେ ଆତ୍ମ ସମରପଣ୍ କରିଛି।ଅଭିଯୁକ୍ତ ଙ୍କୁ ଫାଶୀ ଦଣ୍ଡ ଦେବାପାଇଁ ଦାବି କରିଛନ୍ତି ମୃତ ରୁକ ମଣୀ ଙ୍କ ଭଉଣୀ ଓ ଭାଉଜ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *