ଗୁଜବ କରି ରାଜଭବନକୁ ବଦନାମ କରିବା ପଡ଼ିଲା ମହଙ୍ଗା। କୋଲକାତାର ପୁଲିସ କମିଶନର ବିନୀତ ଗୋଏଲ ଓ ଜଣେ ଡିସିପିଙ୍କ ବିରୁଦ୍ଧରେ ଅନୁଶାସନତ୍ମକ କାର୍ଯ୍ୟାନୁଷ୍ଠାନ ନେବା ପ୍ରକ୍ରିୟା ଆରମ୍ଭ କରିଛି କେନ୍ଦ୍ର। ପଶ୍ଚିମବଙ୍ଗ ରାଜ୍ୟପାଳ ସି.ବି.ଆନନ୍ଦ ବୋଷଙ୍କୁ କୁଆଡ଼େ ନିନ୍ଦିତ କରିବାକୁ ପ୍ରୟାସ କରିଥିଲେ ଦୁଇ ଆଇପିଏସ। ଜଣେ ବୀନିତ ଗୋଏଲ ଓ ଅନ୍ୟ ଜଣେ ହେଉଛନ୍ତି ଡିସିପି(ମଧ୍ୟ) ଇନ୍ଦିରା ମୁଖାର୍ଜୀ। ରାଜ୍ୟପାଳ ବି ଏହି ଦୁଇ ଆଇପିଏସଙ୍କ ନାଁରେ କେନ୍ଦ୍ରକୁ ଫେରାଦ୍ ହୋଇଥିଲେ। ଅଭିଯୋଗରେ ଦର୍ଶାଯାଇଥିଲା ଯେ, ଏହି ଦୁଇ ଅଧିକାରୀ ଜନସେବକ ଭାବେ କାମ କରିବା ବଦଳରେ ଅନେକ ଅନୁଚିତ୍ କାମ କରୁଥିଲେ। ରାଜଭବନର ଜଣେ ମହିଳା କର୍ମଚାରୀ ରାଜ୍ୟପାଳଙ୍କ ବିରୁଦ୍ଧରେ ଯୌନଶୋଷଣ ଓ ଅସଦାଚରଣର ଅଭିଯୋଗ ଆଣିଥିଲେ। କିନ୍ତୁ ମହିଳାଙ୍କ ଦ୍ୱାରା ମନଗଢ଼ା ଆରୋପକୁ ଅଧିକ ତୀବ୍ର କରାଇବାକୁ କୁଆଡ଼େ ଏହି ଦୁଇ ଅଧିକାରୀ ଉସୁକାଇଥିଲେ। ଏମାନଙ୍କ ଆଚରଣ କେବଳ ରାଜଭବନକୁ ନିନ୍ଦିତ କରିନି, ବରଂ ଖାକିର ଦାୟିତ୍ୱକୁ କଳଙ୍କିତ କରିଛି। ଏଭଳି ଆଚରଣ ଭାରତୀୟ ସେବା ନିୟମ ଓ ପ୍ରୋଟୋକଲ ମାନୁଆଲର ଉଲ୍ଲଂଘନ କରୁଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now