ଗୁଣି ଗାରେଡି ସନ୍ଦେହରେ ଗଣହତ୍ୟା

ଗୁଣି ଗାରେଡ଼ି ସନ୍ଦେହରେ ଟ୍ରିପଲ୍ ମର୍ଡର। ୫ଦିନ ଧରି ନିଖୋଜ ଥିବା ୩ ଜଣଙ୍କ ମୃତଦେହ ମିଳିବା ପରେ ଏଭଳି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ୨ ମହିଳା ଓ ଜଣେ ପୁରୁଷଙ୍କ ଗଳିତ ମୃତଦେହ ଦଲଦଲି ଜଙ୍ଗଲରୁ ମିଳିବା ପରେ ଘଟଣାରେ ସଂପୃକ୍ତ ୬ ଜଣଙ୍କୁ ଅଟକ ରଖିଛି ପୁଲିସ। ଆଜି ମାଜିଷ୍ଟ୍ରେଟ୍ ଓ ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ଶବ ଉଦ୍ଧାର ହୋଇଛି।

ଗୁଣିଗାରେଡ଼ି ସନ୍ଦେହରେ ଗଣହତ୍ୟା। ଦମ୍ପତ୍ତିଙ୍କ ସହ ଜଣେ ମହିଳାଙ୍କୁ ନୃଶଂସ ଭାବେ ପିଟିପିଟି ମାରିଦେଲେ ଲୋକେ। ଆଉ ଏହି ଜଘନ୍ୟ ପାପକୁ ଲୁଚାଇବାକୁ ଶବର ଚିହ୍ନବର୍ଣ୍ଣ ଲିଭାଇଦେବାକୁ ଅଭିଯୁକ୍ତମାନେ ଘଞ୍ଚ ଜଙ୍ଗଲରେ ମୃତଦେହ ଫିଙ୍ଗିଦେଇଥିଲେ। ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ବରପଦା ଗାଁ ନିକଟସ୍ଥ ଦଲଦଲି ଜଙ୍ଗଲରୁ ୩ ଜଣଙ୍କ ଗଳିତ ମୃତଦେହ ଠାବ କରିଥିଲା ପୁଲିସ। ବଡ଼ପୋଖରୀ ଗାଁ ଭୋଜି ବେଳେ ଜଣେ ମହିଳା ଗୁଣିଗାରେଡ଼ି କରୁଥିବା ନେଇ ଟୁପୁରୁଟାପୁରୁରୁ କଥା ବଢ଼ିଥିଲା। ଅଭିଯୁକ୍ତମାନେ ମରଣାନ୍ତକ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ଦାମ୍ପା ସିଂ, ତାଙ୍କ ପତ୍ନୀ ସୁକାନ୍ତି ସିଂ ଓ ଅନ୍ୟ ଜଣେ ମହିଳା ସମବାରୀ ସିଂ ଟଳି ପଡ଼ିଥିଲେ। ଏହାକୁ ନେଇ ଗାଁରେ ପଡ଼ିଥିଲା ଭାଳେଣୀ। ଆଉ ଶବଗୁଡ଼ିକୁ ଗାଏବ କରିବାକୁ ଦଲଦଲି ଜଙ୍ଗଲରେ ପିଙ୍ଗିଦିଆଯାଇଥିଲା। ରବିବାର ରାତିରୁ ନିଖୋଜ ନେଇ ସମବାରୀଙ୍କ ପୁଅ ଥାନାରେ ଏତଲା ଦେବା ପରେ ଆରମ୍ଭ ହୋଇଥିଲା ତନାଘନା। ଘଟଣାରେ ୬ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା ପୁଲିସ।  ଆଉ ଅଟକଙ୍କ ଭିତରେ ଜଣକୁ ଧରି ଶବ ସନ୍ଧାନରେ ପାହାଡ଼କୁ ଯାଇ ପୁଲିସ ଠାବ କରିଥିଲା। ଶୁକ୍ରବାର ସାଇଣ୍ଟିଫିକ୍ ଟିମ୍ ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଉଦ୍ଧାର ହୋଇଥିଲା।

ଏଭଳି ସମ୍ୱେଦନଶୀଳ ମାମଲାରେ ପୁଲିସ ତତ୍ପରତା ପ୍ରକାଶ କରିଥିଲା। ଅଭିଯୁକ୍ତମାନେ ଘଟଣାରେ ସଂପୃକ୍ତ ଥିବା ସ୍ୱୀକାର କରିଛନ୍ତି। ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପ୍ରଶାସନ।

ଅନ୍ଧବିଶ୍ୱାସର ଗଳିରେ ଅନ୍ଧ ହୋଇ ମଣିଷ ରକ୍ତମୁଖା ସାଜୁଛି। ଗୁଣିଗାରେଡ଼ି ସନ୍ଦେହରେ ଟ୍ରିପଲ ମର୍ଡର ଖବର ସବୁଠି ହଇଚଇ ଖେଳାଇଦେଇଛି। ସମାଜରେ ଏଭଳି ଅନ୍ଧବିଶ୍ୱାସ ବିରୁଦ୍ଧରେ ଯେତେ ସଚେତନ କରାଇଲେ ବି ଏଭଳି ନରସଂହାର ସଭ୍ୟସମାଜକୁ ଉପହାସ କରୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *