ନାବାଳକ ର ଜଘନ୍ୟ କାଣ୍ଡ ,ମା କୁ ଦୁଷ୍କର୍ମ ବେଳେ ଝିଅ ଦେଖିଦେବାରୁ ଉଭୟଙ୍କୁ ପଥର ରେ ଚେଛି କଲା ହତ୍ୟା ।

Spread the love

ଜଣେ ନାବାଳକ ର ଜଘନ୍ୟ କାଣ୍ଡ । ମା କୁ ଦୁଷ୍କର୍ମ ବେଳେ ଝିଅ ଦେଖିଦେବାରୁ ଉଭୟ ମା ଓ ଝିଅ କୁ ପଥର ରେ ଚେଛି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା  ରାଇମଣି ଗ୍ରାମ ନିକଟରେ ଘଟିଛି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ଜଳଙ୍ଗା ଅଞ୍ଚଳ ର ସୁକାନ୍ତି ମୁଣ୍ଡା, ସ୍ୱାମୀ ରାଜୁ ମୁଣ୍ଡା ଓ ୬ ବର୍ଷର ଝିଅ ରାଇମଣି ଗ୍ରାମ ନିକଟରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ । ବୁଧବାର ମା ଓ ଝିଅ ମେଡିକାଲ ଯାଇ ଅପରାହ୍ନ ଚାରିଟା ପରେ ଫେରିଥିଲେ। ପରେ ସ୍ଥାନୀୟ ଲୋକେ ମା ସୁକାନ୍ତି ମୁଣ୍ଡା ର  ମୃତଦେହ ଦେଖିଥିଲେ । ସେହି ସ୍ଥାନରୁ ନାବାଳକ କୁ ଦେଖି ସନ୍ଦେହ ହେବାରୁ ଲୋକେ ପୋଲିସ କୁ ଖବର ଦେଇଥିଲେ । ତେବେ କିଛି ସମୟ ପରେ ମୃତ ମହିଳାଙ୍କ ୬ ବର୍ଷୀୟ ଝିଅ ର ମୃତଦେହ ଘଟଣାସ୍ଥଳ ରୁ ଏକ କିଲୋମିଟର ଦୂର ରେ ଥିବା ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥାରେ ମିଳିଥିଲା । ତେବେ ସ୍ଥାନୀୟ ଲୋକେ ନାବାଳକ କୁ ଗୋଡେଇ ଗୋଡ଼ାଇ ଧରି ପୋଲିସକୁ ଦେଇଥିଲେ । ତେବେ ମୃତକଙ୍କ ସ୍ୱାମୀଙ୍କ ଅଭିଯୋଗ ଅନୁଯାୟୀ ନାବାଳକ ଜଣକ ମହିଳାଙ୍କୁ ଦୁଷ୍କର୍ମ ବେଳେ ଝିଅ ଦେଖିଦେବାରୁ ଉଭୟ ଙ୍କୁ ପଥର ରେ ଚେଛି ହତ୍ୟା କରାଯାଇଥିବା କହିଛନ୍ତି। ତେବେ ଖବର ପାଇ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଜାରି ରଖିବା ସହ ନାବାଳକ କୁ ଅଟକ ରଖିଛି। ମା ଓ ଝିଅ ର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ କୁ ପଠାଇଛି। ତେବେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *