ନିର୍ଭୟା ବେଳେ ପୁରା ଦେଶ..ମଉମିତା ବେଳେ କେବଳ ଡାକ୍ତର?

ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ହତ୍ୟା ଓ ଦୁଷ୍କର୍ମ ମାମଲାରେ କେବଳ ଡାକ୍ତର ସମାଜ ଆନ୍ଦୋଳନ କରୁଛି। ନ୍ୟାୟ ପାଇବାକୁ ସଂଘର୍ଷ କରୁଛି। ନିରାପତ୍ତା ଲାଗି ରାସ୍ତାରେ ଦାବିକୁ ଶାଣିତ କରୁଛି। କିନ୍ତୁ ଅନ୍ୟମାନେ କାହିଁକି ଆଗକୁ ଆସୁନାହାନ୍ତି ବୋଲି କ୍ଷୋଭ ଝାଡିଛନ୍ତି ଆଇନଜୀବି। ନିର୍ଭୟା କାଣ୍ଡବେଳେ ସବୁ ଜାଗାରେ ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତିବାଦର ନିଆଁ ତେଜିଥିଲା। କିନ୍ତୁ କୋଲକାତା ଘଟଣା ବେଳକୁ କାହିଁକି ନୁହେଁ ବୋଲି ଉଦବେଗ ପ୍ରକାଶ କରିଛନ୍ତି ନିର୍ଭୟାଙ୍କ ଓକିଲ ସୀମା ସମୃଦ୍ଧି କୁଶଓ୍ୱାହା। ୨୦୧୨ରେ ଦିଲ୍ଲୀରେ ନିର୍ଭୟାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ସୀମା ସୁପ୍ରିମକୋର୍ଟର ଆଇନଜୀବି ଅଟନ୍ତି। ନିର୍ଭୟାଙ୍କ ମାଆ ଆଶା ଦେବୀଙ୍କ ସହ ନ୍ୟାୟ ଲାଗି ଲଢ଼େଇରେ ସେ ସବୁସ୍ତରରେ ଆରମ୍ଭରୁ ଥିଲେ। ଚାରି ଜଣ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ସବୁ ପ୍ରତିକୂଳ ପରିସ୍ଥିତିରେ ବି ଲଢ଼େଇ ଜାରି ରଖିଥିଲେ ସୀମା। ଶେଷରେ ଅକ୍ଷୟ ଠାକୁର, ପଓ୍ୱନ ଗୁପ୍ତା, ବିନୟ ଶର୍ମା ଓ ମୁକେଶ ସିଂଙ୍କୁ ମାର୍ଚ୍ଚ ୨୦୨୦ରେ ତିହାର ଜେଲରେ ଫାଶୀ ଦିଆଯାଇଥିଲା। ୭ ବର୍ଷ ପରେ ସମସ୍ତ ୪ ଦୋଷୀ ଫାଶୀଖୁଣ୍ଟରେ ଝୁଲିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *