ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ

Spread the love

କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ କରିଛନ୍ତି ଅସନ୍ତୁଷ୍ଟ ଯୁବକ  । ମୁହଁରେ ମୁଖା ପିନ୍ଧି ଆସି କାଳିମାଡ କରିଥିବା ଭିଡିଓରେ ଦେଖିବାକୁ ମିଳିଛି । କାଳିମାଡ କରିବା ସହ ପିସିସି ସଭାପତିଙ୍କ ବିରୋଧରେ ନାରା ବାଜି କରିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ନିର୍ବାଚନ ପରିଚାଳନାକୁ ନେଇ କର୍ମୀ ଅସନ୍ତୁଷ୍ଟ ଥିବା କୁହାଯାଉଛି ।  ତେବେ କାଳି ମାଡର ସଠିକ କାରଣ ଏଯାଏଁ ଜଣାପଡିନାହିଁ ।

ଭିଡିଓ ଅନୁସାରେ କିଛି ଯୁବକ କର୍ମୀ ଶରତଙ୍କ ରୁମ ଭିତରକୁ ପଶିଲେ  । ତାଙ୍କ ସହ କଥା ହୋଇ ହାତ ମଧ୍ୟ ମିଳାଇଲେ । କିନ୍ତୁ ହଠାତ୍ ଲୁଚାଇ ରଖିଥିବା କାଳି ବୋତଲ ବାହାର କରି ତାଙ୍କ ଉପରକୁ କାଳି ଛାଟି ଦେଇଥିଲେ । ସେମାନଙ୍କ ମଧ୍ୟରୁ କିଛି ମୁହଁରେ ମୁଖା ପିନ୍ଧିଥିବାବେଳେ ଆଉ କିଛି ଖୋଲା ମୁହଁରେ ଥିଲେ ।

Leave a Reply

Your email address will not be published. Required fields are marked *