ରାଜଧାନୀରେ ଚାଞ୍ଚଲ୍ୟକର ଘଟଣା , ବନ୍ଦ ଘରୁ ନାବାଳିକାଙ୍କ ମୃତ ଦେହ ଉଦ୍ଧାର

ବନ୍ଦ ଘରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଥାନା ଶ୍ରୀରାମ ନଗର ବସ୍ତିରେ। ନାବାଳିକାର ବୟସ ୧୬ ବର୍ଷ ହୋଇଥିବା ବେଳେ ନାବାଳିକଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡିଛି।ନାବାଳିକା ଜଣଙ୍କ ଶ୍ରୀରାମ ନଗର ବସ୍ତିର ଜଣେ ମହିଳାଙ୍କ ଘରେ ରହୁଥିଲେ। ଆଜି ସକାଳେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ବନ୍ଦଘରୁ ଉଦ୍ଧାର କରାଯାଇଥିଲା। ତେବେ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଥିବା ସମ୍ପୃକ୍ତ ମହିଳା ଅଭିଯୋଗ କରିଛନ୍ତି।

ମହିଳାଙ୍କ କହିବା ଅନୁସାରେ ଗତକାଲି ଦିନତମାମ ହସଖୁସିରେ ବୁଲାବୁଲି କରୁଥିଲା । ସନ୍ଧ୍ୟାରେ ତା ରୁମ ଯାଇ ଭିତରପଟୁ କବାଟ ବନ୍ଦ କରିଦେଇଥିଲା । ରାତି ୯ଟା ଖଇବା ପାଇଁ ନାବାଳିକାକୁ ଡାକିଥିଲେ ମହିଳା । କିନ୍ତୁ ବାଟ ନ ଖୋଲିବାରୁ ସେମାନେ ଝରକା ତାଡ ଭିତର ଦେଖିଥିଲେ । ସେତବେଳକୁ ନାବାଳିକା ଶାଢୀରେ ଝୁଲି ପଡିଥିଲା । ମଞ୍ଚେଶ୍ବର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ବ କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *