ବିରାଟ କୋହଲିଙ୍କ ପବ୍ ଉପରେ କାର୍ଯ୍ୟାନୁଷ୍ଠାନ

କ୍ରିକେଟ ତାରକା ବିରାଟ କୋହଲିଙ୍କର ମାଲିକାନାରେ ଥିବା ଏକ ପବ୍ ଉପରେ କାର୍ଯ୍ୟାନୁଷ୍ଠାନ । ବେଙ୍ଗାଲୁରର ଏମଜି ରୋଡରେ ରହିଥିବା କୋହଲିଙ୍କର ୱାନ ୮ କମ୍ୟୁନ ପବ୍ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲାଥିଲା । ଏନେଇ ପୁଲିସ ପକ୍ଷରୁ ୱାନ୍ ୮ କମ୍ୟୁନ ପବ ସମେତ ଅନ୍ୟ ପବ୍ ବିରୋଧରେ ଏଫଆଇଆଇ ଦାୟ କରାଯାଇଛି ।

ଡିସିପି ଙ୍କ କହିବା ଅନୁଯାୟୀ ପବ ଗୁଡିକ ରାତି ୧ଟା ପର୍ଯ୍ୟନ୍ତ ଖୋଲିବାର ଅନୁମତି ରହିଥିବା ବେଳେ ଏହା ୧.୩୦ ପର୍ଯ୍ୟନ୍ତ ଖୋଲା ରହିଥିଲା । ନିୟମ ଉଲ୍ଲଙ୍ଘନ ଯୋଗୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ସୁଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତି ୧.୩୦ ସୁଦ୍ଧା ୩-୪ ଟି ପବ ବୁକ କରାଯାଇଥିଲା । ଏବଂ ପବ ଗୁଡିକରେ ଉଚ୍ଚ ,ସ୍ବରରେ ମ୍ୟୁଜିକ ବଜା ଯାଉଥିବା ଅଭିଯୋଗ ହୋଇଥିଲା । ତେବେ ଏହି ମାମଲାକୁ ନେଇ ତଦନ୍ତ ଜାରି ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *