ବୋହୂ ଫେରାଇ ନେଲେ ଯୌତୁକ

Spread the love

ବୋହୂ ଫେରାଇ ନେଲେ ଯୌତୁକ । ବୌଦ୍ଧ ବାଉଁଶୁଣୀ ଥାନା ସିଦ୍ଧପୁର ଗାଁରୁ ଏଭଳି ଘଟଣା ଦେଖିବାକୁ ମିଳିଛି ।  ୧୫ ମାସ ତଳେ ରଘୁନାଥ ହେମ୍ବ୍ରମ୍ ଓ ଲିଜା ହେମ୍ବ୍ରମଙ୍କ ବିବାହ ହୋଇଥିଲା । ବିବାହ ସମୟରେ ଝିଅ ଘର ଲୋକେ ଯୌତୁକ ଦେଇଥିଲେ । ବିବାହର କିଛି ଦିନ ପରେ ବାରମ୍ବାର ଯୌତୁକ ମାଗୁଥିବା ଅଭିଯୋଗ କରିଥିଲେ ଲିଜା । ମାନସିକ ନିର୍ଯାତନା ଦେବା ସହ ଅଧିକ ଯୌତୁକ ଦାବି କରୁଥିଲେ । ସୁନା ଚେନ୍, ଫ୍ରିଜ୍ ଓ ୫ ଲକ୍ଷ ଟଙ୍କା ଆଣିବାକୁ ଶାଶୁ ଘର ଲୋକେ ଦାବି କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନାର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ ଲିଜାଙ୍କ ପରିବାର ଲୋକେ । ଅନ୍ୟପଟେ ରଘୁନାଥ ମଧ୍ୟ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣି ଥାନାକୁ ଯାଇଥିଲେ । ଏହା ସହ ଛାଡପତ୍ର ପାଇଁ କୋର୍ଟକୁ ଯାଇଥିଲେ ରଘୁନାଥ । ହେଲେ ଲିଜାଙ୍କ ସପକ୍ଷରେ ରାୟ ଶୁଣାଇଥିଲେ କୋର୍ଟ । ଏହା ପରେ ପୋଲିସ ଓ ଗାଁ ଲୋକଙ୍କ ଉପସ୍ଥିତିରେ ବୋହୂ ଲିଜା ବାହାଘର ବେଳେ ଆଣିଥିବା ସମସ୍ତ ଯୌତୁକ ନେଇଯାଇଥିଲେ । ବୌଦ୍ଧ ସୁଦ୍ଧପୁର ଗାଁର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

Leave a Reply

Your email address will not be published. Required fields are marked *