ମୟୁର ତରକାରୀ କରି ଫସିଲେ ୟୁଟ୍ୟୁବର୍

ଆଜିର ଜେନେରେସନର ଲୋକ ମାନେ ସୋସିଆଲ ମିଡିଆରେ ପୁରା ଆକ୍ଟିଭ ରହୁଛନ୍ତି । ୟୁଟ୍ୟୁବ ଖୋଲି ବିଭିନ୍ନ ପ୍ରକାରର ଭିଡିଓ କରି ମଧ୍ୟ ରୋଜଗାର କରିବାର ମାଧ୍ୟମ ଖୋଜିଲେଣି । ଏବଂ ନିଜ ଫଲୋର୍ସ ସଂଖ୍ୟା ବଢ଼ାଇବାକୁ ୟୁଟ୍ୟୁବର୍‌ମାନେ ସୋଶାଲ ମିଡିଆରେ କିଛି ବି କରିବାକୁ ପ୍ରସ୍ତୁତ ହୋଇ ଯାଉଛନ୍ତି। ଶେଷରେ ଏହାଦ୍ୱାରା ସେମାନେ ନିଜେ ଆଇନ୍‌ ଜାଲରେ ଫସି ଯାଉଛନ୍ତି। ଏପରି ଜଣେ ୟୁଟ୍ୟୁବର୍‌ ହେଲେ ପ୍ରଣୟ କୁମାର। ନିଜ ୟୁଟ୍ୟବ୍‌ ଚ୍ୟାନେଲ୍‌ରେ ମୟୂର ତରକାରୀ କରି ବନ୍ଧା ହୋଇଛନ୍ତି ତେଲେଙ୍ଗାନାର ସିରସିଲା ଅଞ୍ଚଳର ପ୍ରଣୟ କୁମାର।

ଅବୈଧ ଭାବେ ବନ୍ୟଜନ୍ତୁଙ୍କ ଶିକାର କରି ତାହାକୁ ଖାଦ୍ୟ ଭାବେ ଗ୍ରହଣ କରିବା ଅଭିଯୋଗରେ ଗତକାଲି ବନ ବିଭାଗ ପ୍ରଣୟଙ୍କୁ ଗିରଫ କରିଛି। ଏଥିସହ ପ୍ରଣୟ ଯେଉଁ ସ୍ଥାନରେ ମୟୂର ତରକାରୀ ପ୍ରସ୍ତୁତ କରିଥିଲେ ସେ ସ୍ଥାନକୁ ଛାନଭିନ କରିଛି ବନ ବିଭାଗ ।

ସେଠାରୁ ରକ୍ତ ଛିଟା ଓ ବିଭନ୍ନ ସାମ୍ପଲ ସଂଗ୍ରହ କରି ଫରେନସିକ୍‌ ଲାବ୍‌କୁ ପରୀକ୍ଷା ପାଇଁ ପଠାଇଛି। ଏଥିସହ ବଳିଥିବା ତରକାରୀର ସାମ୍ପଲକୁ ବି ପରୀକ୍ଷା ପାଇଁ ପଠା ଯାଇଛି। ଏହା ମୟୂର ମାଂସ ବୋଲି ପ୍ରମାଣିତ ହେଲେ ପ୍ରଣୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ଅଧିକାରୀ ଚେତାବନୀ ଦେଇଛନ୍ତି। ଏଥିସହ ଭିଡ଼ିଓର ବୈଧତା ମଧ୍ୟ ଯାଞ୍ଚ କରୁଛି ଟିମ୍‌। 

ଏନେଇ ସିରସିଲା ପୁଲିସ୍‌ ଏସ୍‌ପି କହିଛନ୍ତି, ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ଅନୁସାରେ ପ୍ରଣୟଙ୍କୁ ଗିରଫ କରାଯାଇଛି। ବନ୍ୟଜନ୍ତୁଙ୍କ ଅବୈଧ ଶିକାର କରୁଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *