ଷ୍ଟାଫ କ୍ବାଟରରେ ସନ୍ଦେହ ଜନକ ମୃତ୍ୟୁ

Spread the love

ଷ୍ଟାଫ୍ କ୍ୱାଟରରେ ଖେଳ ଶିକ୍ଷକଙ୍କ ସାନ ଭାଇଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତକ, ଯୋଡ଼ା ଥାନା ଦେଓଝର ଧବଳେଶ୍ୱର ହାଇ ସ୍କୁଲର ଖେଳ ଶିକ୍ଷକ ବିକାଶ ଦିବ୍ୟସିଂହ ଦାସଙ୍କ ସାନ ଭାଇ ଆକାଶ ଦିବ୍ୟସିଂହ ଦାସ । ଆକାଶ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ବଡ଼ ଭାଇ ବିକାଶ ଦିବ୍ୟସିଂହ ଦାସ ଅଭିଯୋଗ କରିଛନ୍ତି । ସୂଚନା ପାଇ ଯୋଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ତଦନ୍ତ ଚଳାଇଛି । ଆକାଶ ଗତ ରବିବାର ଦିନ ଭଦ୍ରକରୁ ଆସି ନିଜ ଭାଇ ଓ ଭାଉଜଙ୍କ ପାଖରେ ଦେଓଝର ସ୍ଥିତ ଧବଳେଶ୍ୱର ହାଇ ସ୍କୁଲ ଷ୍ଟାଫ୍ କ୍ୱାଟରରେ ରହୁଥିଲେ  । ତେବେ କେଉଁ ପରିସ୍ଥିତିରେ ତାଙ୍କର ଏପରି ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ।

Leave a Reply

Your email address will not be published. Required fields are marked *