୩ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଗିରଫ

Spread the love

ଗିରଫ ହେଲା ରାଜଧାନୀରେ ୩ ବର୍ଷର ଶିଶୁ କନ୍ୟା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ । ଅଭିଯୁକ୍ତ ସନ୍ତୋଷ ଖୁଣ୍ଟିଆକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗତକାଲି ୩ ବର୍ଷର ଝିଅକୁ ସନ୍ତୋଷ ଦୁଷ୍କର୍ମ କରିବା ପରେ ଫେରାର ହୋଇଯାଇଥିଲା । ତାର ସହଯୋଗୀକୁ ପୋଲିସ ଅଟକ ରଖି ଜେରା କରିଥିଲା । ତେବେ ପୀଡିତାର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏବେ କ୍ୟାପିଟାଲ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି ।

ସୂଚନାଅନୁଯାୟୀ ଏୟାରଫିଲ୍ଡ ଥାନା ଅଞ୍ଚଳରୁ ଅଭିଯୁକ୍ତ ସନ୍ତୋଷ ଖୁଣ୍ଟିଆଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ସନ୍ତୋଷ ଏୟାରଫିଲଡ ଥାନା ପାଞ୍ଚଗାଁ ଅଞ୍ଚଳର ବୋଲି ଜଣାଯାଇଛି। ସେ ଡ୍ରାଇଭର ଭାବେ କାମ କରୁଥିବା ବେଳେ ତାଙ୍କ ବୟସ ୨୩ ବର୍ଷ । ପୀଡ଼ିତା ଶିଶୁ କନ୍ୟାର ପରିବାର ସନ୍ତୋଷଙ୍କ ଘର ସମ୍ମୁଖରେ ରୁହନ୍ତି ।ଗତକାଲି ପୀଡ଼ିତାଙ୍କୁ ଧରି ତାଙ୍କ ବାପା ଘର ସମ୍ମୁଖ ଦାଣ୍ଡରେ ବୁଲାଉଥିଲେ। ଉକ୍ତ ସମୟରେ ନିଶାସକ୍ତ ଥିବା ସନ୍ତୋଷ ବିଭିନ୍ନ ପ୍ରଲୋଭନ ଦେଖାଇ ପିଲାଟିକୁ ନିଜ ଘରକୁ ନେଇ ଯାଇଥିଲେ। ସେଠାରେ କେହି ନ ଥିବା ସୁଯୋଗରେ ସେ କବାଟ ଦେଇ ଶିଶୁଟି ସହ ଦୁଷ୍କର୍ମ କରିଥିଲେ।

ଏହି ଘଟଣା ପରେ ଏପରି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀ ମାଇନା ରିପୋର୍ଟ ୭ ଦିନ ମଧ୍ୟରେ ଦେବାକୁ ସରକାରୀ ଓ ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ଶେଷ ହେବାର ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ପଡ଼ିବ। ଡାକ୍ତର ଏହି ରିପୋର୍ଟକୁ ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ହସ୍ତାନ୍ତର କରିବେ। ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ୧୮୪ ଅନୁସାରେ ଏହି ପଦକ୍ଷେପ ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିୟମ ସବୁ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ଲାଗୁ ହେବ। ବିଜ୍ଞପ୍ତି ଅନୁସାରେ ଡାକ୍ତରୀମାଇନା କରିବା ପୂର୍ବରୁ ପୀଡ଼ିତାଙ୍କ ଅନୁମତି ଆବଶ୍ୟକ। ପୀଡ଼ିତା ନାବାଳିକା ହୋଇଥିଲେ ପିତାମାତାଙ୍କ ସ୍ୱୀକୃତି ଦରକାର।

Leave a Reply

Your email address will not be published. Required fields are marked *