ଦୁଇ ନକଲି ବିଧାୟକ ଗିରଫ

Spread the love

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହମିରପୁର ପୁଲିସ ହାତରେ ଦୁଇ ନକଲି ବିଧାୟକ। ଦୁଇ ନକଲି ନିଜକୁ ବିଧାୟକ ପରିଚୟ ଦେଇ ଲୋକଙ୍କଠାରୁ ଆଦାୟ କରୁଥିଲେ ବଟି। ଏବେ ପୁଲିସ ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଏକ ସ୍କର୍ପିଓ  ଜବତ ହୋଇଛି। ଗାଡିରେ ବିଜେପି ପତାକା ସହ ବିଧାୟକ ଲେଖା ଯାଇଛି। ଏବେ ପୁଲିସ ଉଭୟଙ୍କୁ ଗିରଫ କରି ସେମାନଙ୍କ ନାମରେ ୫ଟି ମାମଲା ଦାୟର କରିଛି।

ହମିଦପୁର ପୁଲିସ ଅନୁଯାୟୀ, ଦୁଇ ଜଣ ଯୁବକ ନିଜକୁ ବିଧାୟକ କହି ଟ୍ରକ ଚାଳକଙ୍କ ଠାରୁ ଅବୈଧ ବଟି ଆଦାୟ କରୁଥିବା ସୂଚନା ପାଇଥିଲା ପୁଲିସ। ପୁଲିସ ଘଟଣାସ୍ଥଳକୁ ଯିବାରୁ ଉଭୟ ସ୍କର୍ପିଓ ସହ ସେଠାରୁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଉଭୟଙ୍କୁ ମାଡିବସିଥିଲା।  ସେମାନଙ୍କଠାରୁ ପୁଲିସ ୭୧,୪୯୦ ଟଙ୍କା ଜବତ କରିଛି।

ପଚରାଉଚରାରୁ ପୁଲିସ ଜାଣିବାକୁ ପାଇଛି କି, ଉଭୟ କାନପୁରର କେଦବଇ ନଗରର ବାସିନ୍ଦା ଅନିରୁଦ୍ଧ ସିଂହ ଓ ନିର୍ଭୟ ସିଂହ। ଦୁଇଜଣ ଦୀର୍ଘ ସମୟରୁ ସ୍କର୍ପିଓରେ ବିଧାୟକ ବତି ଲଗାଇବା ସହ ଅବୈଧ ବଟି ଆଦାୟ କରି ଆସୁଥଲେ। ପୁଲିସ ସୂଚନା ପାଇ ସେମାନଙ୍କୁ ଗିରଫ କରିଥବା ହମିରପୁର ଏସପି ଶୁଭମ ପଟେଲ କହିଛନ୍ତି।

Leave a Reply

Your email address will not be published. Required fields are marked *