ନବମ ଶ୍ରେଣୀର  ଛାତ୍ରୀଙ୍କ ସଂନ୍ଦେହ ଜନକ ମୃତ୍ୟୁ

Spread the love

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ନବୋଦୟ ସ୍କୁଲରେ ଅଘଟଣ। ନବମ ଶ୍ରେଣୀର  ଛାତ୍ରୀଙ୍କ ସଂନ୍ଦେହ ଜନକ ମୃତ୍ୟୁ। ଅଲଡା ଗ୍ରାମର ସୁଧାମଣି ରଇତ ହଷ୍ଟେଲ ରହି ପାଠ ପଡୁଥିଲେ। ସକାଳୁ ସ୍କୁଲ କର୍ତ୍ତୃପକ୍ଷ ଦେଖିଥିଲେ ଝୁଲନ୍ତା ଅବସ୍ଥାରେ । ସୁଧାମଣି ପରୀକ୍ଷା ପାଇଁ ଚାପଗ୍ରସ୍ତ ଥିଲା ଏଵଂ ଆତ୍ମହତ୍ୟା କରିଥିବା ସୂଚନା ଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ସେପଟେ ପାରଳାଖେମୁଣ୍ଡି ପୋଲିସର ତଦନ୍ତ ଆରମ୍ଭ ହୋଇଛି ।

ନବୋଦୟ ବିଦ୍ୟାଳୟରେ ଅଘଟଣ। ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀ ରଇତଙ୍କ ସନ୍ଦେହଜନକ ମୃତ୍ୟୁ। ଗଜପତି ଜିଲ୍ଲା ବେତାଗୁଡ଼ା ନବୋଦୟ ବିଦ୍ୟାଳୟରେ ପଢୁଥିବା ସୌଦାମିନୀ ନିଜ ବେକରେ ବେଡସିଟ୍ ଲଗାଇ ଝୁଲିପଡ଼ିଥିବା ଖବର ସକାଳୁ ସକାଳୁ ଜଣାପଡ଼ିବା ପରେ ସବୁଠି ହଇଚଇ ଖେଳି ଯାଇଥିଲା। ସୌଦାମିନିଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ସ୍କୁଲ କର୍ତ୍ତୃପକ୍ଷଙ୍କ କହିବା କଥା, ପରୀକ୍ଷାଜନିତ କି ଅନ୍ୟ କୌଣସି ଘଟଣା ଲାଗି ସ୍କୁଲ ପକ୍ଷରୁ ସୌଦାମିନୀଙ୍କ ଉପରେ ଚାପ ନଥିଲା। କୌଣସି ବ୍ୟକ୍ତିଗତ କାରଣ ଥାଇପାରେ। ଆଉ ସହପାଠୀ କଅଣ କହୁଛନ୍ତି, ଶୁଣନ୍ତୁ।

ସେପଟେ ସୌଦାମିନୀଙ୍କ ବାପାଙ୍କ କହିବା କଥା, ଏହା ଏକ ହତ୍ୟା ଘଟଣା। ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ଲାଗି ଦାବି କରିବା ସହ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି ସୌଦାମିନୀଙ୍କ ବାପା। ପୁଲିସ ବି ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ତେବେ ଦେଖିବାକୁ ବାକି ରହିଲା ସୌଦାମିନିଙ୍କ ମୃତ ର ରହସ୍ୟ ର ପର୍ଦ୍ଦାଫାସ କେବେ ହେଉଛି ଓ ପରିବାରକୁ କେବେ ନ୍ୟାୟ ମିଳିବ।

ନାଗେଶ୍ଵର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *