ପତ୍ନୀ ଓ ପୁଅକୁ କାର ସହ ନିଆଁ ଲଗାଇବା ପରେ ଆତ୍ମହତ୍ୟା କଲେ ବ୍ୟବସାୟୀ

Spread the love

ନାଗପୁରରେ ଘଟିଛି ହୃଦୟ ବିଦାରକ ଘଟଣା । କାରରେ ବସିଥିବା ପତ୍ନୀ ଓ ପୁଅକୁ କାର ସହ ନିଆଁ ଲଗାଇ ଦେବା ପରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଛନ୍ତି ବ୍ୟବସାୟୀ । ପୋଲିସର ପ୍ରଥାମିକ ସୁଚନା ଆଧାରରେ ନାଗପୁର ଜୟତାଲାରେ ରହୁଥିବା ବ୍ୟବସାୟୀ ରାମରାଜ ଭଟ୍ଟ ମଙ୍ଗଳବାର ଅପରାହ୍ମରେ ବୁଲିବାକୁ ଯିବା କଥା କହି ପୁଅ ଓ ସ୍ତ୍ରୀ କୁ ଧରି ଘରୁ ବାହାରିଥିଲେ । ହେଲେ ବାଟରେ କାର ରଖି ଆଣ୍ଟାସିଡ ନାଁ କହି ବିଷ ପିଇବାକୁ କହିଥିଲେ । ହେଲେ ବିନା କାରଣରେ ଆଣ୍ଟାସିଡ ପିଇବାକୁ ମନା କରିଦେଇଥିଲେ ପତ୍ନୀ ଓ ପୁଅ ।

ଫଳରେ ଡିକିରେ ରଖିଥିବା ପେଟ୍ରୋଲ ଆଣି କାର ଉପରେ ଢାଲି ଦେଇଥିଲେ ଓ ନିଆଁ ଲଗେଇ ଦେଇଥିଲେ । ପରେ ପରେ ନିଜ ଦେହରେ ମଧ୍ୟ୍ୟ ପେଟ୍ରୋଲ ଚିଞ୍ଚି ଆତ୍ମହତ୍ୟା କରିଥିଲେ । ଫଳରେ ଘଟଣା ସ୍ଥଳରେ ବ୍ୟବସାୟୀ ରାମରାଜଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଓ ପତ୍ନୀ ଗୁରୁତର ଅଛନ୍ତି । ଦୁହେଁ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ବ୍ୟବସାୟରେ କ୍ଷତି ଯୋଗୁଁ ରାମରାଜ ଏପରି କରିଥିବା କୁହାଯାଉଛି । ପୋଲିସ ସୁଚନା ଅନୁସାରେ ରାମରାଜଙ୍କର ଏକ ନଟବୋଲ୍ଟ ଫ୍ୟାକ୍ଟ୍ରି ଥିଲା ।

ସେ ବିଭିନ୍ନ କମ୍ପାନୀକୁ ସପ୍ଲାୟ କରୁଥିଲେ । କରୋନା ପର ଠାରୁ ବ୍ୟବସାୟ ମାନ୍ଦା ପଡିଥିଲା । ପୁଅ ନନ୍ଦନ ଭଟ୍ଟ ଜଣେ ଇଂଜିନିୟର ଥିଲେ କରୋନା ସମୟରେ ସେ ଚାକିରୀ ହରାଇଥିଲେ । ଫଳରେ ପରିବାରରେ ଆର୍ତିକ ଅନାଟନ କାରଣରୁ ଅସାନ୍ତି ଲାଗି ରହିଥିଲା । ଯାହା ଫଳରେ ଏପରି ହେଲା । ବ୍ୟବସାୟୀଙ୍କ ଘରୁ ପୋଲିସ ଏକ ସୁଇସାଇଡ ନୋଟ ମଧ୍ୟ୍ୟ ଜବତ ହୋଇଛି ବ୍ୟବସାୟୀଙ୍କ ମାନସିକ ଅବସାଦ ର ପ୍ରମାଣ ମିଳିଛି । ଆତ୍ମହତ୍ୟା କରିବାକୁ ଚାହୁଁଥିବାରୁ ସୁଇସାଇଡ ନୋଟରେ ଉଲ୍ଲେଖ କରାଯାଇଛି l

  • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *