ନାବାଳିକାକୁ ଅସଦାଚରଣ କରି ଫରେଷ୍ଟର ଗିରଫ

୧୨ ବର୍ଷୀୟ ନାବାଳିକାକୁ କେନ୍ଦୁଗୁଡ଼ା ଫରେଷ୍ଟର ଅସଦାଚରଣ କରିଥିବା ନେଇ ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନାରେ ଅଭିଯୋଗ । କାର୍ଯ୍ୟରତ କେନ୍ଦୁଗୁଡ଼ା ଫରେଷ୍ଟର ନାବାଳିକାକୁ ନିଜ ସରକାରୀ କ୍ଵାଟରକୁ ଡାକି ଅସଦାଚରଣ କରିଥିବା ଥାନାରେ ଅଭିଯୋଗ କରିଛି ପରିବାର ଲୋକେ ।ଫରେଷ୍ଟର ଜଣକ ହେଲେ ନରସିଂହ ଶତପଥୀ ବୟସ (୫୯)। ସୂଚନା ଅନୁସାରେ ନରସିଂହ ଶତପଥୀ ଗୁଡ଼ାରୀ ରେଞ୍ଜ ଅଧିନସ୍ଥ କେନ୍ଦୁଗୁଡ଼ା ସେକ୍ସନ ଫରେଷ୍ଟର ଭାବେ କାର୍ଯ୍ୟରତ। ଶୁକ୍ରବାର ଦିନ ପ୍ରାୟ ୧୧ଟା ସମୟରେ ନରସିଂହ ତାଙ୍କ ଘର ପଡ଼ିଶାରେ ଅଜା ଘରେ ରହି ପାଠ ପଢୁଥିବା ଜଣେ ୧୨ ବର୍ଷୀୟ ନାବାଳିକାକୁ ପ୍ରଲୋଭନ ଦେଖାଇ ଘର ଭିତରକୁ ଡ଼ାକି ଅସଦାଚରଣ ଉଦ୍ୟମ କରିଥିଲେ। ସେହି ସମୟରେ ନାବାଳିକାଙ୍କ ସହିତ ଥିବା ଅନ୍ୟ ଜଣେ ଝିଅ ନାବାଳିକା ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାରଲୋକେ ଖବରପାଇ ଫରେଷ୍ଟର ନରସିଂହଙ୍କ ଘରକୁ ଯାଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ପରେ ଗ୍ରାମବାସୀ ନରସିଂହକୁ କାବୁ କରି କେନ୍ଦୁଗୁଡା ଫାଣ୍ଡି ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ କେନ୍ଦୁଗୁଡ଼ା ପୋଲିସ ପହଞ୍ଚି ନରସିଂହଙ୍କୁ ପଦ୍ମପୁର ଥାନାକୁ ଆଣି ପଚରାଉଚୁରା କରୁଛି। ଶନିବାର ଡାକ୍ତର ମାଇନା ହେବା ପରେ ଗୁଣପୁର କୋର୍ଟକୁ ଚାଲାଣ କରାଯିବ ବୋଲି ପଦ୍ମପୁର ପୋଲିସର ସୂଚନା ।ଏପଟେ ନାବାଳିକାର ପରିବାର ଲୋକେ କହିଛନ୍ତି ଆମକୁ ନ୍ୟାୟ ପ୍ରଦାନ କରାଯାଉ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *