ଦେଶି ମଦ ଚାଲାଣ ବେଳେ ଚଢଉ, ୨ ଗିରଫ

Spread the love

ଜୟପୁର : ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ବିଭାଗ ପକ୍ଷରୁ ଚଢଉ କରାଯାଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ବାଗ୍ରାଗୁଡାର ମାଧବ ବଡନାୟକ (୩୫) ଓ ଘେନୁ ମୁଦୁଲି (୩୨) । ଅବକାରି ବିଭାଗର ସୂଚନା ଅନୁଯାୟୀ, ଦେଶି ମଦ ଚାଲାଣ କରାଯାଉଥିବା ନେଇ ଜୟପୁର ଅବକାରି ବିଭାଗ ସୂଚନା ପାଇ ବାଗ୍ରାଗୁଡାର ଗ୍ରାମ ରାସ୍ତାରେ ଚଢଉ କରିଥିଲା । ଚଢଉ କରି ମାଧବ ବଡ ନାୟକ ଓ ଘେନୁ ମୁଦୁଲି ଠାରୁ ୩୦ ଲିଟର ଦେଶି ମଦ ଜବତ କରିଛି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଅବକାରି ଓଆଇସି ସଞ୍ଜୟ କୁମାର କାଣ୍ଡି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *