ନିଶାଶକ୍ତ ଯୁବକଙ୍କର ଉନ୍ମତ୍ତ କାଣ୍ଡ

Spread the love

ଯାଜପୁର: ନିଶାରେ ବାପା ପୁଅକୁ ମରଣାନ୍ତକ ଆକ୍ରମଣ । ଖରାପ ଭାଷାରେ ଗାଳିଗୁଲଜ କରୁଥିବା ମଦ୍ୟପ ଯୁବକକୁ ଅଟକାଇବାରୁ ଘଟିଛି ଏପରି କାଣ୍ଡ । ଘଟଣା ସ୍ଥଳରେ ପୁଅର ମୃତ୍ୟୁ ଘଟିଥିବାବେଳେ ବାପାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରି ଘଟଣା ଘଟିଛି ଯାଜପୁର ରୋଡ ଥାନା ଅଧୀନ ବାଳୁଙ୍ଗା ବନ୍ଦୀ ଗ୍ରାମରେ । ମୃତ ଯୁବକ ଜଣକ ହେଲେ ମଦନ ମଳିକ । ବାପା ସୁକାନ୍ତ ମଳିକଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା । ଘଟଣା ସ୍ଥଳରେ ପୋଲିସର ଯାଞ୍ଚ ଆରମ୍ଭ ।

ସୂଚନା ଅନୁଯାୟୀ ଗୁରୁବାର ରାତି ପ୍ରାୟ 9 ଟା ସମୟରେ ସୁକାନ୍ତ ମଳିକ ନିଜ ଦାଣ୍ଡରେ ବସିଥିଲେ । ଏତିକବେଳେ ଗଣେଷ ମଦ୍ୟପାନ କରି ଗାଁ ଦାଣ୍ଡରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ । ଏହାକୁ ଦେଖି ସୁକାନ୍ତ ତାଙ୍କୁ ଏପରି କରିବାକୁ ବାରଣ କରିଥିଲେ ଓ ଅଟକାଇବାକୁ ଚେଷ୍ଟା କରୁଥଲେ । ଏଥିରେ ଗଣେଷ ଉତ୍ୟକ୍ତ ହୋଇ ସୁକାନ୍ତଙ୍କୁ ପ୍ରବଳ ମାଡ ମାରିଥିଲେ । ବାପାଙ୍କୁ ମାଡ ଖାଉଥିବାର ଦେଖି ପୁଅ ମଦନ ଦୌଡିଆସି ଏହାକୁ ଅଟକାଇବାକୁ ଚେଷ୍ଟାକରିଥିଲେ । ଏଥର ଗଣେଷ ଏକ ଛୁରୀ ବାହାର କରି ବାପା ଓ ପୁଅକୁ ଉଭୟଙ୍କୁ ଛୁରୀରେ ଆକ୍ରମଣ କରିଥିଲା  ।ଯେଉଁଥିରେ ସେମାନେ ଆହତ ହୋଇଥିଲେ ।  ପାଟିତୁଣ୍ଡ ଶୁଣି ଗ୍ରାମବାସୀ ଆସି ବାପା ଓ ପୁଅ ଉଭୟଙ୍କୁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ସେମାନଙ୍କର ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *