ଭରତପୁର ଥାନା ନିର୍ଯାତନା ମାମଲାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ

ଭରତପୁର ଥାନା ନିର୍ଯାତନା ମାମଲାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ । ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଗଠିତ ଆୟୋଗ  ବିଧିବଦ୍ଧ ଭାବେ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ଗତକାଲି  ସର୍କିଟ ହାଉସ ରେ ପ୍ରଥମ ବୈଠକ ବସିଥିଲେ । ଆଜି  ଭୁବନେଶ୍ୱର ସ୍ୱତନ୍ତ୍ର ସର୍କିଟ ହାଉସରେ ଦ୍ୱିତୀୟ  ବୈଠକ ବସିଛି । ୨୪ ତାରିଖରେ ସରକାର ଜଷ୍ଟିସ ଦାଶଙ୍କୁ ମାମଲାର ‘ଟର୍ମ ଅଫ ରେଫରେନ୍ସ’ ପ୍ରଦାନ କରିସାରିଛନ୍ତି । ସଚିବ ଶୁଭେନ୍ଦୁ ମହାନ୍ତି , ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ଭରତପୁର ମେଜର ଓ ବାନ୍ଧବୀ, ୫ ପୋଲିସ ଅଫିସର ସତ୍ୟପାଠ ଦାଖଲ ପାଇଁ କହିଛନ୍ତି। 

ତେବେ ଭରତପୁର ଥାନାରେ ନିର୍ଯାତନା ମାମଲା ପୁରା ଦେଶରେ ଚର୍ଚ୍ଚିତ ଖବର ସାଜିସାରିଛି। କେଉଁ ପରିସ୍ଥିତିରେ ଏ ଘଟଣା ଏତେ ବଢ଼ିଗଲା। କିଏ ବାସ୍ତବରେ ଦାୟୀ। ନିଲମ୍ୱିତ ପୁଲିସ ଅଧିକାରୀଙ୍କ ପରିବାର ଲୋକେ ବିନା ତଦନ୍ତରେ ଆକ୍ସନକୁ ନିନ୍ଦା କରୁଥିଲା ବେଳେ ମେଜର, ତାଙ୍କ ବାନ୍ଧବୀଙ୍କ ପ୍ରତି ଥାନାରେ ଦିଆଯାଇଥିବା ଅକଥନୀୟ ନିର୍ଯାତନାକୁ ନେଇ ସେନା ବି ଚୁପ୍ ବସିନି। ସେନା-ପୁଲିସ କଳିକୁ ନେଇ ଚିତ୍ରଣ ହେଉଥିଲା ବେଳେ କେହି କାହାକୁ ଛାଡ଼ିବା ପରିସ୍ଥିତିରେ ଯେମିତି ନାହାନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *