ନବରଙ୍ଗପୁର ସହର ରେ ମା ଙ୍କ ଭସାଣି ବେଳେ ଉତ୍ତେଜନା। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଛୁରା ମାଡ଼ । ଘଟଣାରେ ଗୋଟିଏ ଗୋଷ୍ଠୀର ଜଣେ ନାବାଳକ ର ମେଡିକାଲ ରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଗତକାଲି ରାତିରେ ଭଷାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି ଘଟଣାକୁ ନେଇ ଉତ୍ତେଜନା ହୋଇଥିଲା। ତେବେ କିଛି ସମୟପରେ ଉଗ୍ର ରୂପ ନେଇଥିଲା ଗଣ୍ଡଗୋଳ। ଗୁରୁତର ତେଜାବ ହରିଜନ ଙ୍କ ଚିକିତ୍ସା ଚାଲିଥିବାବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳ ରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ୮ ରୂ ୧୦ କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ।
Naxatra News is now on Whatsapp
Join and get latest news update delivered to you via whatsapp
Join Now