କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା

Spread the love

ଚଣ୍ଡିଗଡ: ସୋମବାର ପଞ୍ଜାବ କଂଗ୍ରେସ ନେତା ମେଜୟ ସିଂହ ଧାଲିବାଲଙ୍କୁ ଗୁଳି କରି ହତ୍ୟା। ଜଣେ ମହିଳା ଧାଲିୱାଲଙ୍କୁ ହତ୍ୟା କରିଛନ୍ତି। ବ୍ୟକ୍ତଗତ କାରଣରୁ କଂଗ୍ରେସ ନେତାଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଚଣ୍ଡିଗଡ ଏସଏସପି ଗୁରମିତ ଚୌହାନ।

ସୂଚନା ଅନୁଯାୟୀ, ସୀମାବର୍ତ୍ତୀ ପଟ୍ଟିର ସାଙ୍ଗୱା ଗାଁରେ ଏକ ବିବାହ ଭୋଜି ଚାଲିଥିବା ବେଳେ ମହିଳା କଂଗ୍ରେସ ନେତାଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କୁ ଦୁଇଟି ଗୁଳି ଲାଗିବାରୁ ତାଙ୍କ ମୃତ୍ୟୁ ହୋଇଛି। ଗୁଳି ମାରିବା ପରେ ଅଭିଯୁକ୍ତ ମହିଳା ଅମନଦୀପ କୌର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସେ କଂଗ୍ରେସ ନେତାଙ୍କ ବନ୍ଧୁକ ମଧ୍ୟ ନିଜ ସହ ନେଇ ଯାଇଛି।

ପୂର୍ବରୁ ଅଭିଯୁକ୍ତା ଓ କଂଗ୍ରେସ ନେତାଙ୍କ ମଧ୍ୟରେ ସମ୍ପର୍କ ରହିଥିଲା ଓ କୌଣସି ତିକ୍ତତା ପାଇଁ ସେ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରୁଛି ପୁଲିସ। ପୁଲିସ ମୃତଦେହକୁ ପଞ୍ଚନାମା ପାଇଁ ପଠାଇବା ସହ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଖୁବ ଶୀଘ୍ର ଅଭିଯୁକ୍ତାକୁ ଗିରଫ କରାଯିବା ବୋଲି ପୁଲିସ ଏସଏସପି କହିଛନ୍ତି।

Leave a Reply

Your email address will not be published. Required fields are marked *