ବୀମା ପାଇବାକୁ ମିଛ ଅପରେସନ

 ଗୁଜରାଟରେ ମାତିଛନ୍ତି ଜାଲି ଡାଇଗ୍ନୋଷ୍ଟିକ ରାକେଟ। ଉତ୍ତମ ସ୍ୱାସ୍ଥ୍ୟ ଥିବା ଗାଁ ଲୋକଙ୍କୁ ଅନାବଶ୍ୟକୀୟ ଆଞ୍ଜିଓପ୍ଲାଷ୍ଟି କରି ଇନସ୍ୟୁରାନ୍ସ ଦାବି କରିବାକୁ କିଛି ଡାକ୍ତର ଓ ହସ୍ପିଟାଲ କର୍ମଚାରୀ ଏହି ରାକେଟରେ ସାମିଲ ଥିବା ଭଳି ଖବର ଆସିଛି। ମିଛ ପରୀକ୍ଷା ଓ ସର୍ଜରି କରି ବୀମା ଅର୍ଥ ହାସଲ କରିବାକୁ ମାତିଥିଲା ରାକେଟ୍। ଏଥିରେ କିଛି ଡାକ୍ତର ଓ ହସ୍ପିଟାଲ କର୍ମଚାରୀ ସାମିଲ୍ ଥିବାରୁ ଏଭଳି ମାମଲା ସ୍ୱାସ୍ଥ୍ୟ ବିଭାଗକୁ ବଦନାମ କରିଛି। ଆୟୁଷ୍ମାନ ଭାରତ ସ୍କିମରେ ମାଗଣା ବୀମା ସେବା ପାଇବାକୁ ଏଭଳି ହୀନ କାମ କରିବାକୁ କିଛି ସ୍ୱାସ୍ଥ୍ୟକର୍ମୀ ପଛାଇନାହାନ୍ତି। ମେହେସନା ଜିଲ୍ଲାର ବୋରିସନା ଗାଁର ପ୍ରାୟ ୭ ଜଣଙ୍କୁ ଏଥିରେ ସାମିଲ୍ କରିବାକୁ ଉଦ୍ୟମ ହୋଇଥିଲା। ଅହମଦାବାଦର ଖ୍ୟାତି ମଲଟି ସ୍ପେଶିଆଲିଟି ହସ୍ପିଟାଲର କିଛି ଡାକ୍ତରଙ୍କ ପରାମର୍ଶରେ ଏମିତି କାମ ହୋଇଥିବା ଅଭିଯୋଗ ଆସିଛି।  ମାମଲାରେ ମୁଖ୍ୟ କିଙ୍ଗପିନ୍ ଭିଜିଟିଂ କାର୍ଡିଓଲୋଜିଷ୍ଟ ଡାକ୍ତର ପ୍ରଶାନ୍ତ ଭଜିରାନିଙ୍କୁ ପୁଲିସ ଗିରଫ କରିଛି। ବୋରିସନା ଗାଁର ୧୯ ଜଣଙ୍କୁ ମାଗଣା ସ୍ୱାସ୍ଥ୍ୟଶିବିର ନାଁରେ ନଭେମ୍ୱର ୧୧ରେ ଅହମଦାବାଦ ହସ୍ପିଟାଲକୁ ଡକାଯାଇଥିଲା। ଆଡଭାନ୍ସ କାର୍ଡିଆକ୍ ଚେକ୍ ଆବଶ୍ୟକ ବୋଲି କୁହାଯାଇଥିଲା। ୭ଜଣଙ୍କର ସମାନ ଦିନରେ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଆଉ ହସ୍ପିଟାଲ ଏ ବାବଦ ଅର୍ଥ ପାଇବାକୁ ତୁରନ୍ତ ପିଏମ-ଜନଆରୋଗ୍ୟ ଯୋଜନାରେ ପ୍ରକ୍ରିୟା ଆରମ୍ଭ କରିଦେଲା। ଏଥିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଲାଗି ତନାଘନା ଆରମ୍ଭ ହୋଇଛି। ପିଏମ-ଜନଆରୋଗ୍ୟ ସ୍କିମରୁ ସଂପୃକ୍ତ ହସ୍ପିଟାଲକୁ ତାଲିକାରୁ ବାଦ୍ ଦେଇସାରିଛି ସ୍ୱାସ୍ଥ୍ୟ ବିଭାଗ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *