ଚୋରି ସନ୍ଦେହରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ , ଜଣେ ମୃତ

ଲୁଗା ଦୋକାନ ରୁ ଚୋରି କରିବା ଅଭିଯୋଗ ରେ ୪ ଜଣ ଯୁବକ ଙ୍କୁ ଖୁଣ୍ଟ ରେ ବାନ୍ଧି ନିସ୍ତୁକ ପିଟିଲେ ଦୋକାନୀ ଙ୍କ ପରିବାର ଲୋକେ। ଘଟଣା ସ୍ଥଳରେ ଜଣେ ଯୁବକ ର ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ୩ ଜଣ ଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ହସପିଟାଲ ରେ ଭର୍ତ୍ତି ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସଦର ବ୍ଳକ୍ ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରେ । ସୂଚନା ଅନୁଯାୟୀ ସାର୍ଥା ଗ୍ରାମର ଅଜୟ ଦାସ ଙ୍କ ଲୁଗା ଦୋକାନ ରୁ କିଛି ଦିନ ପୂର୍ବରୁ କିଛି ଦୁର୍ବୃତ୍ତ ତାଲା ଭାଙ୍ଗି ଚୋରି କରି ନେଇ ଥିଲେ,  ଏନେଇ ସେ ଥାନା ରେ ଅଭିଯୋଗ କରିଥିଲେ ମଧ୍ଯ ଚୋର ମାନଙ୍କର କୌଣସି ସନ୍ଧାନ ମିଳି ନଥିଲା । ଆଜି ଅଜୟ ଦାସ ଏବଂ ତାଙ୍କ ଦୁଇ ପୂଅ ତାଙ୍କ ଦୋକାନ ରୁ ଚୋରି କରିଥିବା  ସନ୍ଦେହରେ ଗ୍ରାମର ତ୍ରୀଲୋଚନ ପ୍ରଧାନ, ସତିଶ ସିଂ,  ଭାନୁ ପ୍ରଧାନ ଏବଂ ତପୁ ମହାନ୍ତି ଙ୍କୁ ରାସ୍ତା ପାର୍ଶ୍ବ ରେ ଇଲେକ୍ଟ୍ରିକ ଖୁଣ୍ଟି ରେ ବାନ୍ଧି ଲୁହା ରଡ୍ ରେ ନିସ୍ତୁକ ପିଟି ଥିଲେ, ଘଟଣା ସ୍ଥଳରେ ତ୍ରିଲୋଚନ ଙ୍କ  ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ୩ ଜଣ ଗୁରୁତର ହୋଇ ହସପିଟାଲ ରେ ଭର୍ତ୍ତି ହୋଇଛନ୍ତି ।

ତେବେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇ ଥିବା ବେଳେ ଅଭିଯୁକ୍ତ ଅଜୟ ଦାସ ଏବଂ ତାଙ୍କ ପୂଅ କୁ ପୋଲିସ ଅଟକ ରଖିଛି। ସେପଟେ ମୃତକ ଙ୍କ ପରିବାର କୁ କ୍ଷତିପୂରଣ ସହ ସମସ୍ତ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଦାବି କରିଛନ୍ତି ସମ୍ପର୍କୀୟ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *