ନିଶା ନିବାରଣ କେନ୍ଦ୍ର ନାଁରେ ଅଭିଯୋଗ

Spread the love

BBSR_ ADDICTION CENTER _ISSUE_PKG

()ପୁଣି ନିଶା ନିବାରଣ କେନ୍ଦ୍ର ନାଁରେ ଅଭିଯୋଗ। ନିଶା ଛଡାଇବା ବଦଳରେ ପିଟିପିଟି ମାରି ଦେଇଥିବା କହିଲେ ପରିବାର। ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ନିଶାନିବାରଣ କେନ୍ଦ୍ର ବିରୋଧରେ ଅଭିଯୋଗ ଆସିବା ପରେ ଏବେ ଧଉଳି ଥାନା ଅଞ୍ଚଳରୁ ଆସିଛି ଏଭଳି ସଂଗୀନ  ଅଭିଯୋଗ। ତେବେ ମୃତକ ଜଣକ ହେଲେ ଲକ୍ଷ୍ଣୀସାଗର ଥାନା ଲକ୍ଷ୍ଣୀନାରାୟଣପୁର ସାହିର ବିକ୍ରମ କେଶରୀ ଲେଙ୍କା।ନିଶା ନିବାରଣ କେନ୍ଦ୍ରରେ ଥିବା ବାଥ ରୁମ ରୁ ବିକ୍ରମ ଙ୍କ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା. ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ.ତେବେ ବିକ୍ରମ ଙ୍କ ଦେହରେ କ୍ଷତ ଚିହ୍ନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୃତକଙ୍କ ପରିବାର। ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ  ଆଣିଛନ୍ତି। ଏଠି ପ୍ରଶ୍ମ ଉଠୁଛି  ନିଶା ନିବାରଣ କେନ୍ଦ୍ର ନାଁରେ କାହିଁକି ଆସୁଛି ମାଳମାଳ ଅଭିଯୋଗ। କଣ ନିଶା ଛଡାଇବା ଆଳରେ ଦିଆଯାଉଛି କି ଶାରୀରିକ ନିଯ୍ୟାତନା.ନିଶାନିବାରଣ କେନ୍ଦ୍ରକୁ ଗଲା ପରେ ନିଶାଡି ମାନଙ୍କୁ କିଭଳି ବ୍ୟବହାର କରାଯାଉଛି

ପରିବାର ଲୋକଙ୍କ କହିବା ଅନୁଯାୟୀ ବିକ୍ରମ ଅତ୍ୟଧିକ ନିଶା ସେବନ କରୁଥିଲେ.ସେଥିପାଇଁ ପରିବାର ଲୋକେ ତାଙ୍କୁ ଧଉଳି ଥାନା ସ୍ଥିତ ଶ୍ରଦ୍ଧା ନିଶାନିବାରଣ କେନ୍ଦ୍ରକୁ ପଠାଇଥିଲେ.ଏଥିପାଇଁ ମାସିକ 10ହଜାର ଟଙ୍କା ଦେବାପାଇଁ ନିଷ୍ପତି ହୋଇଥିଲା. ହେଲେ ଗତ କାଲି ବିକ୍ରମ ଗୁରୁତର ଥିବା ପରିବାର ଲୋକଙ୍କୁ ଜଣାଇଥିଲେ ନିଶାନିବାରଣ କେନ୍ଦ୍ର କତୃପକ୍ଷ.ଖବର ପାଇବା ପରେ ପରିବାର ଲୋକେ ମେଡିକାଲ ଆସି ପହଂଚିଥିଲେ. ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ. ତେବେ ଗତ ଦୁଇ ଦିନ ତଳେ ବିକ୍ରମ ମେଡିକାଲ ଆସିଥିବା ବେଳେ କାହିଁକି ଗତକାଲି ପରିବାର ଲୋକଙ୍କୁ ଜଣା ଗଲା ବୋଲି ପ୍ରଶ୍ନ କରିଛନ୍ତି ବିକ୍ରମ ଙ୍କ ପରିବାର ଲୋକେ. ଏଣୁ ଘଟଣାର ଉଚିତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି.

କାହିଁକି ବାରମ୍ବାର ଘଟୁଛି ଏଭଳି ଘଟଣା. କାର୍ଯ୍ୟାନୁଷ୍ଠାନ ଅଭାବରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହୋଇଛି।

ସ୍ୱରୂପା ମହାପାତ୍ର ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *