ପୁଅ କଲା ନୂପୁରଙ୍କୁ ସମର୍ଥନ, ବାପାଙ୍କ ଗଲା ଜୀବନ

Spread the love

ଉଦୟପୁର: ନୂପୁର ଶର୍ମାଙ୍କ ସମର୍ଥନରେ ଛୋଟ ପିଲାଟିର ପୋଷ୍ଟକୁ ନେଇ ହୃଦୟବିଦାରକ ଘଟଣା। ଆଠ ବର୍ଷର ଶିଶୁ ଦ୍ବାରା ସୋସିଆଲ ମିଡିଆରେ ହୋଇଥିବା ପୋଷ୍ଟ ପାଇଁ ପିତାକୁ ହରାଇବାକୁ ପଡିଛି ଜୀବନ। ଦିନ ଦ୍ବିପ୍ରହରରେ ସର୍ବସମ୍ମୁଖରେ ଖଣ୍ଡାରେ ବ୍ୟକ୍ତିଙ୍କ ମୁଣ୍ଡ କାଟାଯାଇଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି  ଆତଙ୍କ। ରାଜସ୍ଥାନର ଉଦୟପୁରରେ ଏପରି ଘଟଣା ଘଟୁଛି। ଉଦୟପୁରର ଧାନମଣ୍ଡି ଥାନା ଅଧୀନରେ ନୂପୁର ଶର୍ମାଙ୍କ ସମର୍ଥନରେ ୮ ବର୍ଷର ବାଳକ କରିଥିବା ପୋଷ୍ଟକୁ ନେଇ ଉତ୍ତେଜିତ ଲୋକେ ତାର ବାପାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକଙ୍କ ନାମ କହ୍ନେୟା ଲାଲ ଓ ସେ ଜଣେ ଟେଲର ଥିଲେ। ପରେ ସ୍ଥାନୀୟ ଅଞ୍ଚଳର ଇଣ୍ଟରନେଟ ସେବା ଆଗାମୀ ୨୪ ଘଣ୍ଟା ପାଇଁ ବନ୍ଦ କରାଯାଇଛି। ଏହି ବର୍ବରୋଚିତକାଣ୍ଡ ମୁସଲମାନ ସମ୍ପ୍ରଦାୟର ଦୁଇ ଯୁବକଙ୍କ ଦ୍ବାରା ହୋଇଥିବାରୁ ସାମ୍ପ୍ରଦାୟିକ ହିଂସା ଆଶଙ୍କା ସୃଷ୍ଟି ହୋଇଛି।  ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଆଇନଶୃଙ୍ଖଳା ରକ୍ଷା ପାଇଁ ସବୁ ପଦକ୍ଷେପ ନେଇଛି। ସେପଟେ ଘଟଣା ପରେ ଦୁଇ ଅଭିଯୁକ୍ତ ସୋସିଆଲ ମିଡିଆରେ ହତ୍ୟାର ଭିଡିଓ ସେୟାର କରି ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି ଓ ଭିଡିଓ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧମକ ଦେଇଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *