ପ୍ରେମ ପାଇଁ ସାଙ୍ଗ ନେଇଗଲା ସାଙ୍ଗର ଜୀବନ

Spread the love

ହାଇଦ୍ରାବାଦ: ଦୁନିଆର ସବୁଠାରୁ ସୁନ୍ଦର ସମ୍ପର୍କ ହେଉଛି ବନ୍ଧୁତ୍ୱ। କୁହାଯାଏ ଜୀବନରେ କେତେ ଧନ ଅର୍ଜନ କରିଛ ତାହାଠୁ ବେଶି ଗୁରୁତ୍ୱ ରଖେ କେତେଟି ଭଲ ବନ୍ଧୁ ଅର୍ଜନ କରିଛ । କିନ୍ତୁ ଆଜି ଏକ ବନ୍ଧୁ ଅନ୍ୟ ଏକ ବନ୍ଧୁର ଜୀବନ ନେବାକୁ ବି ପଛାଇଲାନି ପ୍ରେମ ପାଇଁ । ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ହାଇଦ୍ରାବାଦରେ।

ହରେକୃଷ୍ଣ ନାମକ ଜଣେ ଯୁବକ ତାଙ୍କ ସାଙ୍ଗ ଏନ୍. ନବୀନଙ୍କୁ 17 ଫେବୃଆରୀରେ ହତ୍ୟା କରିଥିଲେ । ହେଲେ ଘଟଣା ସମ୍ପର୍କରେ ଜଣାପଡିଥିଲା ଏକ ସପ୍ତାହ ପରେ। ହତ୍ୟାକାରୀ ନିଜେ ପୋଲିସ ପାଖରେ ଯାଇ ସରେଣ୍ଡର କରିଥିବା ପରେ ଘଟଣା ସାମ୍ନାକୁ ଆସିଛି । ଏନ. ନବୀନ ଜଣେ 21 ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣା ପଡିଛି ।  

ତେଲେଙ୍ଗାନା ପୋଲିସ ସୂଚନା ଅନୁଯାୟୀ ହରେକୃଷ୍ଣର ପ୍ରେମିକାକୁ ଏନ. ନବୀନ ବାରମ୍ୱାର କଲ ଓ ମେସଜ କରି ହଇରାଣ କରୁଥିଲେ । ଏନ . ନବୀନଙ୍କ ଏହି ବ୍ୟବହାରରେ  ହରେକୃଷ୍ଣ ବିରକ୍ତ ହୋଇ ତାଙ୍କୁ ତାଗିତ ମଧ୍ୟ କରିଥିଲେ । କିନ୍ତୁ ଏହାକୁ ମାନି ନ ଥିଲେ ନୀବନ। ତେଣୁ ଶେଷରେ ରାଗ ଜର୍ଜରିତ ହରେକୃଷ୍ଣ ନବୀନଙ୍କୁ ଏକ ନିଛାଟିଆ ସ୍ଥାନକୁ ଡାକି ହତ୍ୟା କରିଥିଲେ। ଶରୀରର ବିଭିନ୍ନ ଅଂଶକୁ ହାଣି ପକାଇଥିଲେ।

ହତ୍ୟା କରିବାପରେ ତାଙ୍କର ଅନ୍ୟଜଣେ ବନ୍ଧୁ ହାସନ ଘରକୁ ଯାଇଥିଲେ ଏବଂ ତାଙ୍କ ସାହାଯ୍ୟରେ ମେନେଗୁଡା ନିକଟରେ ତାଙ୍କର କଟାଅଙ୍ଗ ପକାଇ ଦେଇଥିଲେ । ପରଦିନ ସକାଳେ ଅଭିଯୁକ୍ତ ତାଙ୍କ ପ୍ରେମିକା ପାଖକୁ ଯାଇ ନବୀନଙ୍କ ମରଶରୀର ଦେଖେଇବାକୁ ଆଣିଥିଲେ ।

ଘଟଣାର ଚାରିଦିନ ପରେ 21 ଫେବୃଆରୀ ରେ  ନବୀନଙ୍କ ଘରଲୋକ ହରେକୃଷ୍ଣକୁ ଫୋନ କରି ତାଙ୍କ ପୁଅ ବିଷୟରେ ପଚାରିବାରୁ ହରେକୃଷ୍ଣ ଧରାପଡିଯିବା ଡରରେ ବିଜୟୱାଡା ,ବିଶାଖାପାଟନାମ ପରେ ବାରଙ୍ଗଲରେ ନିଜ ପିତାଙ୍କ ପାଖରେ ପହଞ୍ଚିଥିଲେ। ତାଙ୍କ ପିତା ତାଙ୍କୁ ପୋଲିସ ପାଖରେ ପହଞ୍ଚି ଆତ୍ମସମର୍ପଣ କରିବାକୁ କହିଥିଲେ । ଶେଷରେ ଅଭିଯୁକ୍ତ ତାଙ୍କ ପିତାଙ୍କ କଥା ମାନି ପୋଲିସ ପାଖରେ ଯାଇ ନିଜ ଦୋଷ ମାନିଥିଲେ । 

Leave a Reply

Your email address will not be published. Required fields are marked *