ମେଘାଳୟ ହନିମୁନ ମର୍ଡର ମିଷ୍ଟ୍ରି- ରାଜାଙ୍କୁ ମର୍ଡର କରିଥିଲେ ସୋନମ- ସୁପାରୀ କିଲର ଭଡ଼ାରେ ନେଇଥିଲେ

ମେଘାଳୟର ଚେରାପୁଞ୍ଜି ନିକଟସ୍ଥ ପର୍ଯ୍ୟଟନ କେନ୍ଦ୍ର ନୋଂଗ୍ରିଆଟ ଗାଁ ଭିତରେ ଘଟିଥିବା ହନିମୁନ ହତ୍ୟା ଘଟଣାରେ ନୂଆ ମୋଡ଼ ଆସିଛି। ଆଉ କେହି ନୁହେଁ। ଖୋଦ୍‌ ରାଜାଙ୍କ ପତ୍ନୀ ହିଁ ରାଜାଙ୍କୁ ମର୍ଡର କରିଛନ୍ତି। ରାଜାଙ୍କୁ ହତ୍ୟା ପାଇଁ ଭଡ଼ାରେ ହତ୍ୟାକାରୀ ନିୟୋଜିତ କରିଥିଲା ସୋନମ। ସୋନମ ୟୁପିର ଘାଜିପୁର ପୁଲିସ ପାଖରେ ଆତ୍ମସମର୍ପଣ କରିଛି। ରାତିଯାକ ରେଡ୍ ପରେ ଅନ୍ୟ ତିନି ହତ୍ୟାକାରୀଙ୍କୁ ଗିରଫ କରିଛି ପୁଲିସ। ମେଘାଳୟ ଡିଜିପି ଆଇ ନୋଙ୍ଗରାଙ୍ଗ ଏ ପୁରା ପ୍ରକରଣ ଉପରୁ ପର୍ଦ୍ଦା ଉଠାଇଛନ୍ତି। ଇନ୍ଦୋର ନିବାସୀ ଦମ୍ପତି ରାଜା ରଘୁବଂଶୀ ଏବଂ ସୋନମ ମେ ୨୩ ତାରିଖରେ ହନିମୁନ କରିବାକୁ ମେଘାଳୟ ଯାଇଥିଲେ। ସେମାନେ ଏକ ହୋମ ଷ୍ଟେରୁ ଅଚାନକ ଗାଏବ ହୋଇଯାଇଥିଲେ। ଏହା ପରେ ଜୁନ୍ ୨ ତାରିଖରେ ରାଜାଙ୍କ ଗଳିତ ଶବ ୨୦୦ ଫୁଟ ଗଭୀର ଏକ ଖାଇରୁ ମିଳିଥିଲା। ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ସୋନମ ନିଜ ପତିଙ୍କ ହତ୍ୟା ପାଇଁ ହତ୍ୟାକାରୀଙ୍କୁ ଭଡ଼ାରେ ନେଇଥିଲା। ସେ ଏହି ଯୋଜନା ମେଘାଳୟ ଯାତ୍ରା ପୂର୍ବରୁ ରଚିଥିଲା। ଘଟଣାର ସୋନମଙ୍କ ସହିତ ଅନ୍ୟ ୩ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି।ଘଟଣାର ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବରେ ସିସିଟିଭି ଫୁଟେଜ୍, ସାକ୍ଷୀ ବକ୍ତବ୍ୟ ଓ ଅନ୍ୟାନ୍ୟ ଟେକନିକାଲ୍ ସାକ୍ଷ୍ୟ ଆଧାରରେ ପୁଲିସ ଏହାର ଖୁଲାସା କରିଛି। ଜଣେ ସ୍ଥାନୀୟ ଗାଇଡ ଆଲବର୍ଟ ପିଡେ ମଧ୍ୟ ସନ୍ଦିଗ୍ଧ ଚରିତ୍ର ବିଷୟରେ ପୋଲିସକୁ ତଥ୍ୟ ଦେଇଥିଲେ। ସୋନମଙ୍କ ପରିବାର ଏହି ଅଭିଯୋଗକୁ ଅସ୍ୱୀକାର କରି, ସୋନମଙ୍କୁ ନିର୍ଦୋଷ ବୋଲି କହିଛନ୍ତି। ତେବେ ଏହି ମାମଲାରେ ଏବେ ମଧ୍ୟ ତଦନ୍ତ ଜାରି ଅଛି ଏବଂ ରାଜାଙ୍କ ପରିବାର CBI ତଦନ୍ତ ଦାବି କରୁଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *